ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ‘କୋଷ୍ଟାଲ୍ ଡାଇନାମିକ୍ସ’ ସମ୍ବନ୍ଧିତ ଆନ୍ତର୍ଜାତୀୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ‘କୋଷ୍ଟାଲ୍ ଡାଇନାମିକ୍ସ: ଭୂବିଜ୍ଞାନ, ଅର୍ଥନୀତି ଏବଂ ପରିବେଶ’ ପ୍ରସଙ୍ଗ ଓ ବିଷୟବସ୍ତୁକୁ କେନ୍ଦ୍ର କରି ଏକ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଗବେଷକ ଏବଂ ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ଯରେ ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀଟି ଜିଓଲୋଜି ବିଭାଗ, ଏଫଏମୟୁ, ଓ ଜିଓ ସାଇଣ୍ଟିଷ୍ଟ, ଓଡିଶା, ଭୁବନେଶ୍ୱର ସହ ମିଳିତ ସହଯୋଗରେ ତଥା ଏବଂ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସ.ଇ.ଆର.ବି), ଭାରତ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ସରକାରୀ, ୱାର୍ଲ୍ଡ କନ୍ସଲ୍ଟାନ୍ସ ସର୍ଭିସେସ୍ (ଡବ୍ଲୁ.ସି.ଏସ୍)ଏବଂ ସାମାଜିକ-ସାଂସ୍କୃତିକ ବିକାଶ କେନ୍ଦ୍ର, ଓଡିଶା ( ସି.ଏସ.ଡି.ସି) ର ସହାୟତାରେ ଆୟୋଜିତ ହୋଇଛି। ଏହି ଅବସରରେ ଏଫଏମୟୁ ର ପୂର୍ବତନ କୁଳପତି ପ୍ରଫେସର ପ୍ରଫେସର ମଧୁମିତା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାବେଶକୁ ସମ୍ବୋଧିତ କରିଥିଲେ। ଏହି ସମ୍ମିଳନୀରେ ଡକ୍ଟର ସତ୍ୟବ୍ରତ ନାୟକ, ଜିଓ ସାଇଣ୍ଟିଷ୍ଟ, ପେଟ୍ରୋନାସ୍, ମାଲେସିଆ ଏବଂ ଚେନ୍ନାଇ ସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର, ପ୍ରଫେସର ଲକ୍ଷ୍ମଣ ଏଲାଙ୍ଗୋ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଏବଂ ପୂର୍ବତନ ଡେପୁଟି ଡାଇରେକ୍ଟର ଜେନେରାଲ, ଜି.ଏସ.ଆଇ ଏବଂ ଆଇ.ଜି.ଓ ର ପ୍ରେସିଡେଣ୍ଟ ଶ୍ରୀ ଜୟନ୍ତ କୁମାର ନନ୍ଦ ଉପସ୍ଥିତ ରହିଥିଲେ। ଏହି ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଯଥା, କୋଷ୍ଟାଲ୍ ଜିଓମୋର୍ଫୋଲୋଜି, ଅଫ-ଶୋର ଜିଓଲୋଜି, ଉପକୂଳ ଇକୋସିଷ୍ଟମର ସଂରକ୍ଷଣ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ଉପକୂଳ ଉପରେ ଏହାର ପ୍ରଭାବ, ଉପକୂଳ ତଥା ଖଣିଜ ସମ୍ପଦର ଅର୍ଥନୈତିକ ସମ୍ଭାବନା ଏବଂ ଉପକୂଳ ହାଇଡ୍ରୋଲୋଜି ଇତ୍ୟାଦି ଉପରେ ଆଲୋକପାତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Omkar Vasthu
Omkar Vasthu

ଏଥିସହ, ଏହି ତିନି ଦିନ ମଧ୍ୟରେ ତିନୋଟି ବୈଷୟିକ ଅଧିବେଶନ ଅଧୀନରେ ବର୍ଗୀକୃତ ବିଶେଷଜ୍ଞ, ଶିକ୍ଷାବିତ ଏବଂ ବୈଜ୍ଞାନିକଙ୍କ ଦ୍ବାରା ଏକ ଅନୁସନ୍ଧାନ ସଂଦର୍ଭ ଉପସ୍ଥାପନା କରାଯିବ, ଏଥିସହ ଏକ କର୍ମଶାଳାର ଯୋଜନା କରାଯାଇଛି ଓ ଶେଷ ଦିନରେ ଚାନ୍ଦିପୁର କ୍ଷେତ୍ର ପରିଦର୍ଶନରେ ଜୁଆର ଜନିତ ସମତଳ ଅଞ୍ଚଳକୁ ତଥ୍ଯ ସଂଗ୍ରହ କରାଯିବ। ଆୟୋଜିତ ବୈଷୟିକ ଅଧିବେଶନଗୁଡିକ କୋଷ୍ଟାଲ୍ ଜିଓମୋର୍ଫୋଲୋଜି ଏବଂ କୋଷ୍ଟାଲ୍ ହାଇଡ୍ରୋଲୋଜି, ଅଫଶୋର ଜିଓଲୋଜି, ଉପକୂଳ ତଥା ଅଫ-ଶୋରର ଖଣିଜ ସମ୍ପଦର ଅର୍ଥନୈତିକ ସମ୍ଭାବନା ଏବଂ ଉପକୂଳ ଇକୋସିଷ୍ଟମର ସଂରକ୍ଷଣ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ଉପକୂଳ ଉପରେ ଏହାର ପ୍ରଭାବ ଆଇ.ଜି.ଓ ର ବହୁ ବିଶିଷ୍ଟ ବୈଜ୍ଞାନିକ, ବିଶେଷଜ୍ଞଙ୍କ ଓ ବିଭିନ୍ନ ଦେଶରୁ ଆମନ୍ତ୍ରିତ ବକ୍ତାଙ୍କ ସହ ଆଲୋଚନା କରାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଉପକୂଳଗତ ଜୈବ ବିବିଧତାର ତଥା ସାଂପ୍ରତିକ ଗତିଶୀଳତା ସମ୍ବନ୍ଧରେ ଅବଗତ କରାଇ ବର୍ତ୍ତମାନର ସମସ୍ୟା ଉପରେ ନିଜର ଉଦ୍ବେଗ ପ୍ରକାଶ କରିଥିଲେ। ବିଶେଷଜ୍ଞ, ବିଦ୍ୱାନ ଏବଂ ଶିକ୍ଷାବିତ ମାନଙ୍କୁ ଦାୟିତ୍ବବୋଧ ସହ ଯୋଗଦାନ ସହିତ ସମାଧାନ ଆଣିବା ପାଇଁ ଗଭୀର ଅନୁସନ୍ଧାନ କାର୍ଯ୍ୟ, ଗବେଷଣାଗାର ଗୁଡିକର ବିସ୍ତାର ପାଇଁ ପରାମର୍ଶ ଦେଇଥିଲେ ଓ ବହୁମୁଖୀ ଗବେଷଣା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଭୂବିଜ୍ଞାନ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଓ ଗବେଷକ ଛାତ୍ରଛାତ୍ରୀଙ୍କ ଦ୍ବାରା ଲିଖିତ ‘ଦି ବ୍ରିଦିଙ୍ଗ ଅଫ କୋଷ୍ଚ’ ନାମକ ଏକ ପୁସ୍ତକ ପ୍ରକାଶିତ କରାଯାଇଛି। ଏହି ସମ୍ମିଳନୀର ସଂଯୋଜକ ଡକ୍ଟର ରୋଜାଲିନ୍ ଦାସ, ଆସୋସିଏଟ୍ ପ୍ରଫେସର ହୋଡ୍ ଜିଓଲୋଜି ଏବଂ ପୂର୍ବତନ ଡେପୁଟି ଡାଇରେକ୍ଟର ଜେନେରାଲ୍, ଜିଏସ୍ଟି ଏବଂ ସଚିବ ଆଇଜିଓ ଏହି ଆଲୋଚନାଚକ୍ରର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀର ଆବାହକ ଜିଓଲୋଜି ବିଭାଗ ମୂଖ୍ଯ ଆସୋସିଏଟ୍ ପ୍ରଫେସର ଡ଼କ୍ଟର ରୋଜାଲିନ୍ ଦାସ, ଏବଂ ପୂର୍ବତନ ଡେପୁଟି ଡାଇରେକ୍ଟର ଜେନେରାଲ୍, ଆଇ.ଜି.ଓ ଏବଂ ସଚିବ ଆଇ.ଜି.ଓ ଡ଼କ୍ଟର ମନୋରଂଜନ ମହାନ୍ତି ଏହି ସମ୍ମିଳନୀର ମୂଖ୍ଯ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ସହକାରୀ ପ୍ରଫେସର ଅରୁଣ କୁମାର ନାୟକ ପ୍ରଫେସର ଆର ଏନ ହୋତା, ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ, ଡ଼କ୍ଟର ପଙ୍କଜିନୀ ମହନ୍ତଙ୍କ ସହ ମଞ୍ଚର ସଂଯୋଜନା କରିଥିଲେ ଏବଂ ଏହି ସମ୍ମିଳନୀର ଅର୍ଗାନାଇଜିଙ୍ଗ ସେକ୍ରେଟେରୀ ତଥା ଭୂବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.