ଗୋଲାମୁଣ୍ଡା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍ଘାଟିତ

ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୨୦୨୫ ଉଦ୍ଘାଟିତ ହୋଇଯାଇଛି । ଲୋକ ସଂସ୍କୃତି,ପରମ୍ପରା,ଲୋକଗୀତ ଓ ଲୋକନୃତ୍ୟର ବାର୍ତ୍ତାକୁ ନେଇ ପ୍ରତିବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ସହିତ ଆଜି ଉଦ୍ଘାଟନ କରାଯାଇଛି । ପ୍ରଥମ ଦିନରେ ମଶାଲ ଯାତ୍ରା ମାଁ ଠାକୁରାଣୀ ମନ୍ଦିର ଠାରୁ ବାହାରି ଶିବାଜୀ ଷ୍ଟାଡିୟମ ଠାରେ ପହଞ୍ଚିଥିଲା ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ରସିଂ ଦେଓ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ବୃହସ୍ପତି ସାହୁ, ସୁରଥ ସାହୁ, ଗଉନ୍ତିଆ ସୁବାଷ ରାଉତ, ଝାଂକର ମୋତିରାମ ମାଝୀ, ଯୁବନେତା ସାଉଲ ମଙ୍ଗରାଜ, ପ୍ରିୟବ୍ରତ ସିପକା, ବରିଷ୍ଠ ସାମ୍ବାଦିକ ସୁଧୀର ସାହୁ, ଦାମୋଦର ଦାଶ, ରାମକୁମାର ସେନାପତି, ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ର ଅଧ୍ୟକ୍ଷ ତଥା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାୟକ ପ୍ରମୁଖ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ଆଜି ଘୁମୁରା ନୃତ୍ୟ, ବଜାଶାଲ ୟୁଥ ସ୍ପେଶିଆଲ, ପାଲା, ବନାବାଡ଼ି, ରାହାସ, ପାଳିଆ ଗୀତ, ଲାବଣୀ ମହାରାଷ୍ଟ୍ର, କୁଚିପୁଡି ଭଳି ୧୪ଗୋଟି ନୃତ୍ୟ ପରିବେଷଣ ହୋଇଥିଲା । ସେହିପରି ଉତ୍ସବ ପଡିଆରେ ମିନା ବଜାର ସାଙ୍ଗକୁ ସରକାରୀ ଓ ବେସରକାରୀ ଷ୍ଟଲ ଗୁଡିକରେ ହଜାର ହଜାର ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଭିଡ଼କୁ ଦୃଷ୍ଟ ରେ ରଖି ଗୋଲାମୁଣ୍ଡା ପୁଲିସ, ଦଶପୁର ଫାଣ୍ଡି ପୁଲିସ, କେଗାଁ ଥାନା ପୁଲିସ ଓ ଫରେଷ୍ଟ ବିଭାଗର ଅଧିକାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.