୧୭ତମ ଛନଛଡା ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜରାସିଂହା ଚାମ୍ପିୟାନ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ କରମତଲା ଗ୍ରାମପଞ୍ଚାୟତ ଛନଛଡା ଖେଳପଡିଆରେ ଚାଲିଥିବା ୧୭ତମ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଟିକ୍ରାପଡା ବନାମ ଜରାସିଂହା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥଲା କିନ୍ତୁ କିଏ କାହାକୁ ଗୋଲ ଦେଇନ ପାରି ଥିଲେ। ତା ପରେ ପେନାଳଟିକ ଶର୍ଟ ରେ ଜରାସିଂହା ଟିକ୍ରାପଡା କୁ ୦୪..୦୩ ଗୋଲ ଦେଇ ଚାମ୍ପିୟାନ ହୋଇଥିଲେ। ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ବିଧାୟକ ଦୁଇ ଦଳକୁ ବିଜେତା ଓ ପରାଜିତ ଦଳକୁ ଟ୍ରାଫି ସହ ନଗଦ ରାଶି ଟଙ୍କା ପ୍ରଦାନ କରିଥିଲେ। ହିମାଞ୍ଚଲ୍ ବୁଡେକ୍ ପିଇଓ ପ୍ରେମନନ୍ଦ ବୁଡ଼େକ, ଭରତ ବୁଡ଼େକ ଉପସ୍ଥିତ ରହି ମଞ୍ଚାସିନ ଥିଲେ । କମିଟି କର୍ମକର୍ତ୍ତା – ଭାରତ ଭୂଷଣ ବୁଡ଼େକ, ଉମେଶ ପୁରୋହିତ, ଦେବରାଜ ପୁଝାରି, ସୁଧାଂଶୁ ବୁଡ଼େକ, ଶରତ ବାଗ, ନରେଶ ବାଗ, ଦେବରାଜ ବୁଡ଼େକ, ବବୁଲୁ ବାଗ,ଆଲୋକ ବୁଡ଼େକ, ବିଶାଳ ନାଗ, ଆୟୁଷ ବୁଡ଼େକ, ପପୁନ ଖର୍ଶେଳ, ଅରୁଣ ସାହୁ, ବସନ୍ତ ବେହେରା, ଧରାବିବରଣୀ ପ୍ରଦାନ କରିଥିଲେ ପ୍ରଭୁଦାସ କୁମାର ଓ କ୍ଷେତ୍ରପତି ଜାଲ ପାଣ୍ଡବ ବିଶି ଖେଳ ପରିଚାଳନା କରିଥିଲେ। ଲାଇନ ମେନ୍ ଥିଲେ ରିଙ୍କୁ ଓ ରାଜୀବ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.