ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବ୍ଲକ ବଗାଡ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତୀର୍ଥ ବେମାଲଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି। ଶୁକ୍ରବାର ତାଙ୍କ ଦେହ ଅସୁସ୍ଥତା ହେବାରୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଶ୍ରୀବେମାଲ ପେସାରେ ଜଣେ ଶିକ୍ଷକ ଥିଲେ ହେଁ ସମାଜ ସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ସେ ଜଣେ ମିଷ୍ଟ ଭାଷୀ, ମେଳାପୀ ବ୍ୟକ୍ତିତ ରହି ପରୋପକାର୍ଯ୍ୟରେ ସର୍ବଦା ନିୟୋଜିତ ରହୁଥିଲେ। ଆଜି ନିଜ ଗାଁ ମଶାଣିରେ ଶବ ସତ୍କାର ହେଇଥିବାବେଳେ ବଡ଼ ପୁଅ ଦିଲୀପ ବେମାଲ, ନାତି ଆକାଶ, ଭୋଳା, ଜଗାକାଳିଆ ମୁଖାଗ୍ନି ଦେଇଥିଲେ। ଅନ୍ତିମ ଯାତ୍ରାରେ ମଙ୍ଗରାଜ ପୁଝାରୀ, କେଶବ ବାଗ, ପାଦୁରାମ ବେମାଲ, ଗୋଲେକ ଗୋପାଳ, ଶେଷଦେବ ଭଇଁସାଲ, ଫକୀର ଗୋପାଳ, ଅରକ୍ଷିତ ଭଇଁସାଲ, ମଳୟ ହଂସ ସାମିଲ ଥିଲେ। ତାଙ୍କ ବିୟୋଗ ରେ ଅଞ୍ଚଳ ର ଶିକ୍ଷକ ସମାଜ, ବୁଦ୍ଧିଜୀବୀ ଓ ବନ୍ଧୁ ପରିଜନ ଦୁଃଖ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣେଇଛନ୍ତି।