ସନୋଜ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଟିଟିଲାଗଡ଼କୁ ହରାଇ ବାନେର ଏଫ୍.ସି ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ କସ୍ତୁରବା ଖେଲ ପଡ଼ିଆରେ ସ୍ପୋଟର୍ସ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ସନୋଜ କୁମାର ନାଏକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖୋଳ ରବିବାର ଅନୁଷ୍ଠିତ ହୋଇଛି। ବାନେର ଏଫ୍.ସି ଓ ଟିଟିଲାଗଡ ରାଇଜିଙ୍ଗ୍ ଷ୍ଟାର ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଏଥିରେ ଉଭୟ ଫୁଟବଲ ଦଳ ୧/୧ ଗୋଲ ସ୍କୋର କରି ବରାବର ସ୍ଥିତିରେ ରହିଥିଲେ। ପରେ ଟ୍ରାଇବେକ୍ ରେ ବାନେର ଏଫ୍.ସି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇ ଚାମ୍ପିଅନ ହୋଇଛି। ଖେଳକୁ ପିଇଟି ନବୀନ କୁମାର ନାଏକ ପରିଚାଳନା କରିଥିବାବେଳେ ଲାଇନ୍ସରେ ପିଇଟି ପିଙ୍କୁ ଚଣ୍ଡି, ସୈମ୍ୟାରଞ୍ଜନ ଛତ୍ରିଆ, ସ୍କୋର ବୋର୍ଡରେ ପିଇଟି ଅମିତ କୁମାର ମହାନ୍ତି ଓ ରାଧାକାନ୍ତ ପଟ୍ଟନାୟକ, ଶଙ୍କର ପୋଡ଼, ନିର୍ମଳ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ। ଖେଳର ଧାରାବିବରଣୀ ବାବୁଲାଲ ଶବର ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଉପର ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ କୁସୁମଖୁଣ୍ଟି ଡିଭିଜନ ଇଂ ତୃପ କୁମାର ପାତ୍ର, ପୁରୁଷୋତ୍ତମ ଗୁପ୍ତା, ସୁଶୀଲ କୁମାର ଅଗ୍ରୱାଲ, ଉଦ୍ୟୋଗପତି ବିକ୍ରମ ଗୁପ୍ତା, ତ୍ରିଭୁବନ ନାଏକ, ଯଶୋବନ୍ତ ନାଏକ, ବ୍ଳକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ତ୍ରିନାଥ ଶବର, ବିଜେପି କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଅର୍ଜୁନ ଭାଟି, ସନ୍ତୋଷ ମାଝୀ, ଚକ୍ରଧର ବେଶ୍ରା, ଦୁର୍ଗା ପ୍ରସାଦ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ସ୍ବର୍ଗତ ସନୋଜ କୁମାର ନାଏକଙ୍କ ସ୍ତ୍ରୀ ବୀଣାପାଣି ନାଏକ ଓ ତାଙ୍କ ପରିବାର ବର୍ଗ ପଡ଼ିଆରେ ଉପସ୍ଥିତ ରହିଥିଲେ। ସ୍ପୋଟର୍ସ କ୍ଳବ୍ ସଭାପତି ତ୍ରିମୋହନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ନେଗୀ, ଉପ ସଭାପତି କାମାକ୍ଷ ନାଏକ, ସହ ସମ୍ପାଦକ ସୁରେନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ସଚୀନ ଗୁପ୍ତା, ଜୟନ୍ତ ରାଉତ, ମହେଶ ଗୁପ୍ତା, କିଶନ ନାଏକ, ସୁରଜ ନାଏକ, ଜିତା ମିତ୍ର ପ୍ରଧାନୀ, ପ୍ରବିଣ ଶବର, ଦେବେନ୍ଦ୍ର ନାଏକ, ପପୁ ଦଣ୍ଡସେନା, ଧିରଜ ନାଏକ ସମେତ ସ୍ପୋର୍ଟ କ୍ଳବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.