ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଯାଦବ ମହାସଭାର ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି |  ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଭାପତି ବିଧାୟକ ଲକ୍ଷ୍ମଣ ବାଗ ସଭାର ଅଧ୍ୟକ୍ଷତା କରିଥିଲେ | ନବଗଠିତ ଜିଲା ଯାଦବ ମହାସଭାରେ ସାଧାରଣ ସମ୍ପାଦକ ଭାବେ ଦିଲୀପ ଖର୍ସେଲ, ଉପସଭାପତି ବାଳକୃଷ୍ଣ ଷାଣ୍ଢ, ବିଜୟ ବିଶି, କବିରାଜ ଭୋଇ, ରଥ ଭୋଇ, ସମ୍ପାଦକ ଖୁସିରାମ ଦୀପ, ସହସମ୍ପାଦକ ମୁନିରାମ ନାଗ, କ୍ଷୀରସିନ୍ଧୁ ବଚ୍ଛା, ଦେବେନ୍ଦ୍ର ହାତୀ, ଦିଲୀପ ରାଜପଲିଆ, ପ୍ରଦୀପ ସେଲମା, କୋଷାଧ୍ଯକ୍ଷ ଗୋଲାପ ବାଗ, ଉପଦେଷ୍ଟା ସତ୍ୟନାରାୟଣ ବାଗ, ଛବିଳ ବଗର୍ତ୍ତୀ, ପରମାନନ୍ଦ ହାତୀ, ଡମନ ବଗର୍ତ୍ତୀ, ବାସୁଦେବ ନାଗ, ତୀର୍ଥ ହାତୀ, ସଂକୀର୍ତ୍ତନ ବାଗ, ମହିଳା ମୋର୍ଚ୍ଚା ସଂଯୋଜିକା ଭାବେ ମୃଣ୍ମୟୀ ଭୋଇ, ମାଧବୀ ଗହୀର, ଦମୟନ୍ତୀ ବାଗ ମନୋନୀତ ହୋଇଥିଲେ । ଯାଦବଙ୍କ ସୁରକ୍ଷା, ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଅଧିକ ସୁଦୃଢ ଓ ପ୍ରଭାବଶାଳୀ ସଂଗଠନ ଛିଡ଼ା କରିବା ଉପରେ ଜିଲ୍ଲା ସଭାପତି ଶ୍ରୀ ବାଗ ଜୋର ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.