ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଝରିଗାଁ ବ୍ଲକ ବଡନି ଗ୍ରାମରେ ମଣ୍ଡେଇ ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ବଜାର ବସିଥିବା ବେଳେ ରାତ୍ରୀରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରୀଗାଁ ବ୍ଲକ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ବର୍ତ୍ତମାନ ଚାଷୀ ନିଜ ଚାଷ ଅମଳ କରି ବିକିବା ସମୟ। କିନ୍ତୁ ଏହି ସମୟରେ ଜୁଆ ଖେଳାଳି ମାନେ ସଜାଗ ହୋଇ ନିରୀହ ଗରିବ ଆଦିବାସୀ ଚାଷୀ ମାନଙ୍କୁ ନାଟ ବଜାର ଯାତ୍ରା ମଣ୍ଡାଇ ଠାରେ ଲୁଟିବା ପାଇଁ ଏହି ଖୁଡ଼ ଖୁଡି ଖେଳ ଆରମ୍ଭ କରନ୍ତି। ରବିବାର ବଡ଼ନୀ ଗ୍ରାମରେ ମଣ୍ଡାଇ ବଜାର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ପୋଲିସ ବଳ ମଧ୍ୟ ଉପସ୍ଥିତ ଥିଲେ। ଏପଟେ ଖୁଲମଖୁଲା ଏହି ଜୁଆ ଖେଳ ଚାଲିଥିଲା। ଏବିଷୟରେ ଝରିଗାଁ ଥାନାକୁ ମଧ୍ୟ ଯୋଗାଯୋଗ କରା ଯାଇଥଲା। ନବରଙ୍ଗପୁର ଏସପିଙ୍କ ଅଫିସକୁ ମଧ୍ୟ ଫୋନ ଯୋଗେ ଯାଗାଯୋଗ କରାଯାଇଥିଲା କିନ୍ତୁ ପରିତାପର ବିଷୟ ଏହି ଜୁଆ ଖେଲକି ବନ୍ଦ କରିପାରିଲାନି ପ୍ରଶାସନ। ଏଭଳି ଜୁଆ ଖୁଡ଼ ଖୁଡି ସ୍ଥାନୀୟ ଗରିବ ନିରୀହ ଆଦିବାସୀ ଚାଷୀଙ୍କ ପାଇଁ କାଳ ହୋଇଛି। ରବିବାର ରାତ୍ରିରେ ପ୍ରାୟ ୧୫ ଟି ଖେଳ ଚାଲିଥିଲା। ଖାଲି ବଡ଼ନୀ ନୁହଁ ଝରିଗାଁ ବ୍ଲକର ଗାଁ ଗହଳିରେ ଖୁଡ଼ ଖୁଡି ଜୁଆ ଚାଲି ଆସୁଛି। ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏସବୁ ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିଛନ୍ତି ଅଞ୍ଚଳର ସଚେତନ ନାଗରିକ।