ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଣ୍ଡରିଯୋର ସରପଞ୍ଚ ସୁଶିଲା ମେହେରଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ଏବିଡିଓ ସାରଥୀ ସାହୁ, ଇଓ ଅନୁରାଧା ସାହୁ, ଜିଆରଏସ୍‌ ଅନିଲ ତାଣ୍ଡି, ଏଡିଓ ବିନୟନୀ କାଣ୍ଡ, ବିପିସି ତପନ କୁମାର ନାଏକ, ଯୋଗାଣ ସହାୟକ ନାରାୟଣ ଜୁଏଡ଼, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ବନଛୋର, ନାଏବ ସରପଞ୍ଚ ଉପାସୁ ମହାନନ୍ଦ, ସିଆର୍‌ସି ଯଶୋବନ୍ତ କୁମ୍ଭାର, ବିଏସଏସଓ ଅଭିଜିତ ସେଠ, ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ | ଲୋକେ ମୂଖ୍ୟତଃ ଭତ୍ତା, ରାସନ କାର୍ଡ, ଘର ପାଇଁ ଲୋକେ ଆବେଦନ କରିଥିଲେ | ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ l ଏହି ଶିବିରରେ ପଞ୍ଚାୟତର ୧୧ ଜଣ ଓ୍ବାର୍ଡ ସଭ୍ୟ/ସଭ୍ୟାଙ୍କ ସହ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ପଞ୍ଚାୟତ କର୍ମଚାରି ମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.