ଓଡ଼ିଆ ବାର୍ତ୍ତା/ ସଇନ୍ତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇନ୍ତଳା ବ୍ଳକ ଧରପଗଡ଼ ପଞ୍ଚାୟତ ସଭାଗୃହ ଠାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। କାର୍ଯ୍ୟକ୍ରମରେ ଏବିଡ଼ିଓ ଉପେନ୍ଦ୍ର ମାଝି, ଏପିଓ ବନଜା ବାସିନୀ ଦାସ, ସରପଞ୍ଚ ଗୀତାଞ୍ଜଳୀ ପଣ୍ଡା, ଏଡିଇଓ ଶିବପ୍ରସାଦ ସା ପିଇଓ ସ୍ୱପ୍ନା ବାଗ ଉଦ୍ୟାନ ବିଭାଗର ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ନାୟକ, ମସ୍ୟ ବିଭାଗର ଆଦିକାରୀ ଉପସ୍ଥିତ ଥିଲେ । ଏଥିରେ ମନରେଗା, ବାଦ୍ଧକ୍ୟ ଭତ୍ତା, ଆବାସ ଯୋଜନା ରାସନ କାର୍ଡ଼ ଭଳି ୧୦୦ ଟି ଅଭିଯୋଗ ହୋଇଥିଲା । ଦାଖଲ ହୋଇଥିବା ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି ଏବିଡ଼ିଓ କହିଥିଲେ ।