କେଓମାଲ ଗାଁ ବିଲ ନିକଟରୁ ମିଳିଲା ଯୁବକ ଯୁବତୀଙ୍କ ମୃତଦେହ : ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅଧିନ କେଓମାଲ ଗାଁ ବିଲ ନିକଟ ଏକ ଗଛରେ ଝୁଲି ପ୍ରାଣ ହରାଇଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଶଵକୁ ସଇଁତଲା ପୋଲିସ ଜବତ କରି ପୋଷ୍ଟମାର୍ଟମ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି | ଯୁବକ ଯୁବତୀଙ୍କ ମୃତ୍ୟୁ ନେଇ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ | ସୂଚନା ପାଇ ସଇଁତଲା ଥାନାଧିକାରୀ ସୁଶାନ୍ତ ବଢ଼େଇଙ୍କ ସମେତ ସଇଁତଲା ଥାନା ଓ ଟିକ୍ରାପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶଵ ଜବତ ସହ ତଦନ୍ତ କରିଥିଲେ । ଯୁବକ ଜଣକ କେଓମାଲ ଗାଁର ଆକାଶ ଧରୁଆ (୨୨) ହୋଇଥିବା ବେଳେ ଯୁବତୀଟି ପାଟଣାଗଡ଼ ଥାନା ଭୁଏପାଲିର ମହିମା ଧରୁଆ (୨୧) ଏବଂ ଦୁହେଁ କେଓମାଲରେ ଗତ ୨ ମାସ ହେବ ଏକାଠି ରହୁଥିଲେ ବୋଲି ଜଣାପଡିଛି | ତେବେ ପୋଲିସର ଅଧିକ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କୁହାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.