ଗୋବିନ୍ଦ ରାମ କେଡିଆ ସ୍ମାରକୀ କ୍ରୀକେଟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟଦୁର୍ଗା ଷ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ସାନ୍ଦୁଲ ପଡିଆଠାରେ ଚାଲିଥିବା ଗୋବିନ୍ଦ ରାମ କେଡିଆ ସ୍ମାରକୀ କ୍ରୀକେଟ ପ୍ରତିଯୋଗିତାର ମଙ୍ଗଳବାର ଦିନ ଖେଳ ଶୃଙ୍ଖଳିତ ଭାବେ ସମାପନ ହୋଇଛି। ପ୍ରଥମ ସେମିଫାଇନାଲ ବାଲିଗୁଡା ସହିତ ଏନକେ ଚେଲେଞ୍ଜର ଭବାନିପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଲିଗୁଡ଼ା ପ୍ରଥମେ ବେଟିଙ୍ଗ କରି ୧୩୦ ରନ ଲକ୍ଷ ଭବାନୀପାଟଣା ସାମ୍ନାରେ ରଖିଥିଲା। ବାଲିଗୁଡ଼ା ୧୪ ରନରେ ବିଜୟ ହାସଲ କରି ଫାଇନାଲକୁ ପ୍ରବେଶ କରଛି। ଦ୍ଵିତୀୟ ସେମିଫାଇନାଲ ଭବାନୀପାଟଣା ଓ ସର୍ଗିଗୁଡା ମଧ୍ୟରେ ହେବ। ୧୩ ତାରିଖରେ ଫାଇନାଲ ମ୍ୟାଚ ପ୍ରଥମ ସେମିଫାଇନାଲର ବିଜୟୀ ଓ ଦ୍ଵୀତୀୟ ସେମିଫାଇନାଲର ବିଜୟୀ ମଧ୍ୟରେ ଅନୁଷ୍ଠିତ ହେବ। ମଙ୍ଗଳବାର ଦିନର ଖେଳରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ବିଜୟ ବୁଦ୍ଧିଆ, ବଶିଷ୍ଟ ଅତିଥି ଭାବରେ ସରକାରୀ ଓକିଲ ତଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝି, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ବିଭୁତି ଭୁଷଣ ବହିଦାର ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳ  ପରିଚାଳନା ଦାୟିତ୍ଵରେ ଥିଲେ ନେପାଳ ନାଏକ ଓ କ୍ଷୀତୀଷ ବେହେରା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.