ଭାଲୁକୁ ନେଇ ଫରେଷ୍ଟର-ସାମ୍ବାଦିକ ହାତାହାତି : ଉଭୟ ପକ୍ଷରୁ ଥାନାରେ ମାମଲା ରୁଜ୍ଜୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବଣଜଙ୍ଗଲର ଦ୍ରୁତ କ୍ଷୟ ଯୋଗୁଁ ବନ୍ୟଯନ୍ତୁ ଗାଁ ମୁହାଁ ହେଉଛନ୍ତି।  ବନ୍ୟପ୍ରାଣୀଙ୍କ ଜୀବନ ବିପଦ ମଧ୍ୟରେ ରହୁଥିବାବେଳେ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗତ କିଛିଦିନ ହେଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଜଙ୍ଗଲି ଭାଲୁ ଆତଙ୍କ ଦେଖାଯାଇଛି। ସୋମବାର କାଉଡୋଲା ଗାଁକୁ ନିକଟସ୍ଥ  ଜଙ୍ଗଲରୁ ଏକ ଭାଲୁ ପଶି ଆସିଥିଲା। ଭାଲୁ ଗାଁରେ ପଶିଥିବାରୁ ଲୋକେ ଆତଙ୍କିତ ହୋଇ ଉଠିଥିଲେ। ଏହାକୁ ନେଇ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟରଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଅନେକ ସମୟ ଅତିବାହିତ ହେବାପରେ ମଧ୍ୟ ବନବିଭାଗର କର୍ମଚାରୀ ଭାଲୁ ପଶିଥିବା କାଉଡୋଲା ଗାଁକୁ ଆଶି ନଥିଲେ। ଏହାପରେ ସାମ୍ବାଦିକ ଶ୍ରୀ ବେଶ୍ରା ବନବିଭାଗର ରେଞ୍ଜରଙ୍କୁ ଫୋନ କରିଥିଲେ। ପରେ ଫରେଷ୍ଟର ଡେରିରେ ଆସିବାରୁ ସାମ୍ବାଦିକ ଶ୍ରୀ ବେଶ୍ରା ତାଙ୍କ ମତାମତ ନେବାକୁ ଚାହିଁଥିଲେ। ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରିଥିବାବେଳେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା ସାମ୍ବାଦିକ ଜଣକ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଉଭୟଙ୍କୁ ପକ୍ଷରୁ ଆମପାଣି ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଉକ୍ତ ଘଟଣାକୁ ନେଇ କଳାହାଣ୍ଡି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ କୋକସରା ବ୍ଲକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଏନେଇ ଫରେଷ୍ଟର ଚିତ୍ତରଞ୍ଜନ ବେହେରାଙ୍କ ମତାମତ ନେବାରୁ ମୋତେ ଦୁର୍ବ୍ୟବହାର କରିବା ସହ  ଠେଲାପେଲା କରିଛନ୍ତି। ମୋର ଆତ୍ମ ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ଏବଂ ଆମ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଛି ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.