ପିତାମହୁଲ ଗାଁରେ ଅଷ୍ଟ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପାଖ ପିତାମହୁଲ  ଗାଁରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ରବିବାର ଦିନ ଅଧିବାସ ଓ ସୋମବାର ଦିନ ସକାଳ ୦୭:୩୫ ରୁ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା । ନରହରି ପୁଞ୍ଜି ଓ ପୁତୁନା ପୁଞ୍ଜି ବର୍ତ୍ତା ଦାଇତ୍ୱ ନିର୍ବାହ କରିଥିବାବେଳେ ପୂଜକ ଉମାଶଙ୍କର ତ୍ରିପାଠୀ ଓ ଜପକ ଥିଲେ ଗୁଣନିଧି ପାଣିଗ୍ରାହୀ। ସଭାପତି କରମଚାନ୍ଦ ଜୈନ ଓ ମାର୍ଗଦର୍ଶକ ଗମ୍ଭୀର ବାଗ‌ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ ନାମ ଯଜ୍ଞରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ  ବାଗ ଓ ସମାଜସେବୀ ଯୁବରାଜ ବାଗ ଯୋଗଦେଇ ଭଗବାନଙ୍କ ଆଶିର୍ବାଦ କାମନା କରିଥିଲେ। ଏହି ନାମ ଯଜ୍ଞ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶେଷରେ ମଙ୍ଗଳବାର ଦିନ ପୂର୍ଣ୍ଣାହୂତି କରି ପୂଜା ସମାପ୍ତି କରାଯାଇଥିଲା। ତୃପାମୟ ପୁଞ୍ଜି, ବାବୁଲାଲ ବାଗ, ଦିନ ବାଗ, ତେଜରାଜ ପୁଞ୍ଜି, ଡୁଳମଣି ପୁଞ୍ଜି, ପରମାନନ୍ଦ ଖର୍ସେଲ, ଅନନ୍ତ ବାଗ, ମନୋରଂଜନ ମାଝୀଙ୍କ ସମେତ ପିତାମହୁଲ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.