‘ପ୍ରିୟପତ୍ର’ର ୩୯ତମ ସ୍ଵନକ୍ଷତ୍ର ଉତ୍ସବ: ରାଧାଶ୍ୟାମ ରାଉଳ ପାଇଲେ ରସରାଜ ଏମାର୍ କେଆର୍ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୁରୀ ସ୍ଥିତ ଓଡ଼ିଶା ସଂଗୀତ ପରିଷଦ ପରିସରରେ ‘ପ୍ରିୟପତ୍ର’ର ୩୯ତମ ସ୍ଵନକ୍ଷତ୍ର ଉତ୍ସବ ଡକ୍ଟର ହେମନ୍ତ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି, ଶ୍ରୀ ବିଶ୍ୱପ୍ରକାଶ ପଟ୍ଟନାୟକ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଶ୍ରୀ ଗୈାରାଙ୍ଗ ପରିଡ଼ା, ଶ୍ରୀ ସନ୍ତୋଷ କୁମାର ସେଠୀ, ଉପନିର୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ସେବା କ୍ଷେତ୍ରରେ ‘ପ୍ରିୟପତ୍ର’ର ଅବଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀମତୀ ରେଣୁକା ମିଶ୍ର ଏବଂ ଶ୍ରୀ ଅବନୀଶ ରଥଙ୍କୁ ‘ପ୍ରିୟପତ୍ର’ ଯୁଗଳବନ୍ଦୀ ସମ୍ମାନ, ଶ୍ରୀମତୀ ରଶ୍ମିରଞ୍ଜିତା ସିଂହଙ୍କୁ ‘ପ୍ରିୟପତ୍ର’ ସମ୍ମାନ, ଡାକ୍ତର କ୍ଷୀରାବ୍ଧି ତନୟା ସାହୁଙ୍କୁ ‘ଅଧ୍ୟାପକ ସରୋଜକାନ୍ତ ତ୍ରିପାଠୀ ସ୍ମୃତି ସମ୍ମାନ’, ଶ୍ରୀ ପୀତାମ୍ବର ମହାପାତ୍ରଙ୍କୁ ‘ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନ’, ଶ୍ରୀମତୀ ପ୍ରତିଭା ଦାଶଙ୍କୁ ‘ଶକୁନ୍ତଳା ଦଳାଇ ସ୍ମୃତି ସମ୍ମାନ’, ଶ୍ରୀ ରାଧାଶ୍ୟାମ ରାଉଳଙ୍କୁ ‘ରସରାଜ ଏମାର କେଆର ସ୍ମୃତି ସମ୍ମାନ’, ଶ୍ରୀ ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କୁ ‘ଶତ୍ରୁଘ୍ନ ମହାନ୍ତି ସ୍ମୃତି ସମ୍ମାନ’,ଶ୍ରୀ ମହେଶ୍ଵର ଜେନାଙ୍କୁ ‘ରାମଚନ୍ଦ୍ର ଦଳାଇ ସ୍ମୃତି ସମ୍ମାନ’, ଲିଙ୍ଗରାଜ ଦାସଙ୍କୁ ‘ସୁବଳ ଦାସ ସ୍ମୃତି ସମ୍ମାନ’, ଶ୍ରୀ ପ୍ରଭାକର ରଥ ଏବଂ ଶ୍ରୀ ଗଣେଶ୍ୱର ପ୍ରହରାଜଙ୍କୁ ବିଶିଷ୍ଟ ଅନୁବାଦକ ‘ବଳଭଦ୍ର ଦାସ ସ୍ମୃତି ସମ୍ମାନ’, ଯୋଗେଶ୍ଵର ନାୟକଙ୍କୁ ‘ମାନବବାଦୀ ପ୍ରଗତିଶୀଳ ଲେଖକ ଗଙ୍ଗାଧର ମିଶ୍ର ସ୍ମୃତି ସମ୍ମାନ’ରେ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

ଉତ୍ସବରେ ପୀତାମ୍ବର ମହାପାତ୍ରଙ୍କ ରଚିତ ପୁସ୍ତକ ‘ଗଣିତ ତରଙ୍ଗ ‘ ଏବଂ ବିପିନ ବିହାରୀ ଦଳାଇଙ୍କ ରଚିତ କବିତା ସଙ୍କଳନ ‘ଭାବବୋଧିନୀ’, ନୀଳକଣ୍ଠ ମିଶ୍ରଙ୍କ ‘କୁସୁମାଞ୍ଜଳି’ ପୁସ୍ତକମାନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ସଂପାଦକ ବିପିନ ବିହାରୀ ଦଳାଇ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଉତ୍ସବର ପ୍ରାରମ୍ଭିକ ପର୍ଯ୍ୟାୟରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଲକ୍ଷ୍ମୀପ୍ରିୟା ଦାଶ, ପ୍ରବାସିନୀ ମିଶ୍ର, ମଧୁସ୍ମିତା ମିଶ୍ର। ପଚାଶରୁ ଊର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ।

ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ମାଧବ ଶ୍ରୀନନ୍ଦନ ସାହୁ, ଅବିନାଶ ଦଳାଇ, ରଜତ ମହାନ୍ତି, ବିମଳକୃଷ୍ଣ ଦାସ, ଶ୍ରୀମାନ୍ ସର୍ଵଗିଳା ,ଦେବଦତ୍ତ ବିଶ୍ୱରଂଜନ ମିଶ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.