ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବରଗାଁ ଫାଟକପଡ଼ାର ଶ୍ରୀ ଶ୍ରୀ ତ୍ରୀନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଫେବୃଆରୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ। ଏନେଇ ବରଗାଁ ଗ୍ରାମବାସୀ ବୃନ୍ଦ ଓ ଭାଗବତ କମିଟୀ ପକ୍ଷରୁ ସୂଚନା ଦିଆଯାଇଛି। ତ୍ରୀନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞର ଆୟୋଜନ କରାଯାଇଛି। ଶୁକ୍ରବାର ଦିନ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହେବ। ଶନିବାର ସକାଳ ୭ଟାରେ ନାମାରମ୍ଭ ହୋଇ ୨୪ ତାରିଖ ସୋମବାର ଦିନ ପୂର୍ଣ୍ଣାହୁତି, ଦଧିହାଣ୍ଡି ଭଗ୍ନ ଓ ନଗର ସଂକିର୍ତ୍ତନ ଆୟୋଜିତ ହେବ। ଏସବୁ କାର୍ଯ୍ୟକ୍ରମରେ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଉପସ୍ଥିତ ରହି ବିଭୁ କୃପା ଲାଭ କରିବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି।