ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମରେ ମହାଶିବରାତ୍ର ମେଳା ଉପଲକ୍ଷେ ମହିଳାଙ୍କ କଳସ ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଜଳପୂର୍ଣ୍ଣ କଳସ ସହ ମହିଳା ଗ୍ରାମ ପରିକ୍ରମା କରିଥିଲେ | ପାଇକସମରାର ଘଣ୍ଟବାଦ୍ୟ, ଚଲକି ସମେତ ବିଭିନ୍ନ ଗ୍ରାମର ସଂକୀର୍ତ୍ତନ୍ୟ ଦଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ହୃଦାନନ୍ଦ ରାଜପଲିଆ, ମମତା ରାଜପଲିଆ କର୍ତ୍ତା ତଥା କୌଶଳ ପୁରୋହିତ, ଗିରିଶ ପୁରୋହିତ, ଅକ୍ଷୟ ସୁଆର, ଗୌରଚନ୍ଦ୍ର ସୁଆର ପୂଜକ ଦାୟିତ୍ୱ ତୁଲାଇଥିଲେ | ୨୪ ପ୍ରହର ନାମଯଜ୍ଞ ୨୬ ତାରିଖ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ବେଳେ କାନ୍ଦୁଲଝର (କଳାହାଣ୍ଡି), ସିଲାଟି (ସୋନପୁର), ଜାମପାଲି (ବରଗଡ), ଜୁରାବନ୍ଧ (ଖରିଆର) ସମେତ ବହୁ ସୁନାମଧନ୍ୟ ସଂକୀର୍ତ୍ତନ୍ୟ ଦଳ ଏଥିରେ ସାମିଲ ହେବେ | ପ୍ରତି ରାତ୍ରରେ ଦଣ୍ଡ ନୃତ୍ୟ, ମେଲୋଡି, ରାମଲୀଳା ନାଟ୍ୟାଭିନୟ, ସଂଚାର, ଅପେରା, କଂସ ଦରବାର କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ମହୋତ୍ସବ କମିଟି ସୂତ୍ରରୁ ପ୍ରକାଶ | ମୀନା ବଜାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ବିଭିନ୍ନ ସାମଗ୍ରୀର ଦୋକାନ ବଜାର ଲୋକଙ୍କୁ ଆକର୍ଷିତ କରୁଛି |