ଝିଙ୍କିଡୁଙ୍ଗୁରି ଠାରେ ଏକଲ ବିଦ୍ୟାଳୟ ତାଲିମ ଶିବିରରେ ଆଚାର୍ଯ୍ୟଙ୍କୁ କମ୍ବଳ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ଗ୍ରାମର ରାଜୀବ ଭଵନରେ ଏକଲ ଅଭିଯାନ ଆନୁକୂଲ୍ୟରେ ଟିକ୍ରାପଡା ସଞ୍ଚର ଦିନିକିଆ ଆଚାର୍ଯ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଟିକ୍ରାପଡା ସଞ୍ଚରେ କାର୍ଯ୍ୟରତ ୩0 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ରହିଥିଲେ | ସଞ୍ଚ ପ୍ରମୁଖ ରବିଚନ୍ଦ୍ର ବାଗ ତାଲିମ ଦେଇଥିଲେ | ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସଞ୍ଚ ଉପାଧ୍ୟକ୍ଷ ମୋହନ ନାଏକ, ଅଭିଭାବିକା ପ୍ରମୁଖ ବିନୋଦିନୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ ବ୍ୟକ୍ତ କରିଥିଲେ | ଏହି ଅବସରରେ ଅତିଥିଗଣ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ କମ୍ବଳ ବଣ୍ଟନ କରିଥିଲେ | ଆଚାର୍ଯ୍ୟ ପିତାମ୍ବର ଭୋଇ ଅତିଥି ପରିଚୟ ଓ ଆଚାର୍ଯ୍ୟ ତରୁଣ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.