ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ପଟାଭାଡି ପ୍ରାଥମିକ ବିଦ୍ୟାଳୟ ଠାରେ ଗଡଭିତର କ୍ଲଷ୍ଟର ସ୍ତରୀୟ ତ୍ରି ଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସିଆରସିସି ଶ୍ରୀଯୁକ୍ତ ବୁଦ୍ଧଦେବ ସା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବର ଗତ ୪ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷୟିତ୍ରୀ ରୀତା ଗ୍ଲୋରିଆ ଏକ୍କା, ପିରାମଲ ଫାଉଂଡେସନ ର ରାଜନନ୍ଦିନୀ, ଗ୍ରାମୋତ୍ଥାନ ର ପରାମର୍ଶ ଦାତା ସ୍ବର୍ଣ୍ଣରୁପା ମିଶ୍ର, ରଶ୍ମିତା ପଧାନ ଯୋଗ ଦେଇଥିବା ବେଳେ ଉଦଯାପନୀ ଦିବସରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ, ଆଦର୍ଶ ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ମିଶ୍ର, ସୁଜାତା ମିଶ୍ର ଆରତୀ ବହିଦାର ଭାରତୀ କର୍ଣ୍ଣ ସନ୍ଧ୍ୟାରାଣୀ ମିଶ୍ର, ସୁଷମା ରାଣୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।