ସର୍ଗିଗୁଡା ୟୁପି ସ୍କୁଲର ବାର୍ଷିକ ଉତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ବେହେରା ଓ ଦୀଲିପ କୁମାର ଗହୀର, ଯୁବନେତା ତଥା ସମାଜସେବୀ କୁମୁଦ ଚନ୍ଦ୍ର ନାଏକ, ଯୁବନେତା ନରସିଂହ ଥାପା, ବୀରକିଶୋର ମାଝୀ, ତୁଳାଗାଁ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ହେମନ୍ତ କୁମାର ସାହୁ, ବେହେରାପାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର, ବିଦ୍ୟାଳୟର ପରିଚାଳନା ସମିତି ସଭାନେତ୍ରୀ ଓ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ।

ମୁଖ୍ୟ ବକ୍ତା ଭାବରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଯୋଗଦାନ କରି ଛାତ୍ରଛାତ୍ରୀ ମାନେ ଉତ୍ତମ ପରିବେଶ ତିଆରି କରିବା ପାଇଁ ଯତ୍ନବାନ ହୁଅନ୍ତୁ। କାରଣ ଉତ୍ତମ ପରିବେଶ ହିଁ ଜଣେ ଭଲ ମଣିଷ ନିର୍ମାଣରେ ସହାୟକ ହୋଇଥାଏ ବୋଲି ଉଦାହରଣ ମାଧ୍ୟମରେ ମାର୍ଗଦର୍ଶନ ଦେଇଥିଲେ।

ମଞ୍ଚରେ ଗଣପତି ପୂଜନ ଓ ସ୍ୱାଗତ ସଙ୍ଗୀତ ପରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେଠୀ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ସହ ଶିକ୍ଷୟତ୍ରୀ ଗାୟତ୍ରୀ ଷଢଙ୍ଗୀ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ମଞ୍ଚରେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଇତ୍ୟବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କାରପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠିଥିଲା। ଶିକ୍ଷୟତ୍ରୀ ସୁହାସିନୀ ମାଝୀ, ବିଷ୍ଣୁପ୍ରିୟା ବସନ୍ତୋରା, ଆର. ଗାୟତ୍ରୀ, ରୀନା ବାଗ, ଜ୍ୟୋତିର୍ମୟୀ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.