ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲାର ୧,୪୨,୬୮୩ ମହିଳା ପାଇଲେ ଦ୍ଵିତୀୟ କିସ୍ତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହିଳାଙ୍କୁ ଆର୍ଥିକ ସଶକ୍ତ ତଥା ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମସ୍ତ ଜିଲ୍ଲାରେ ପ୍ରସାରିତ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର ସ୍ଥିତ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ସହାୟତା ରାଶି ପ୍ରଦାନ ନିମନ୍ତେ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସିଡିଓ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେରଙ୍କ ସହ ମାନ୍ୟବର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ବଳଦେବ ପ୍ରଧାନ, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ଯୁବମୋର୍ଚା ସଭାପତି ସ୍ୱରୂପ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ମା ମାନଙ୍କୁ ଯୋଜନାର ଲକ୍ଷ୍ୟ ଓ ଉଦେଶ୍ୟ ତଥା ପ୍ରାପ୍ତ କିସ୍ତି ଟଙ୍କାର ଉପଯୁକ୍ତ ବିନିଯୋଗ ଉପରେ ସୁପରାମର୍ଶ ଦେଇ ରାଜ୍ୟ ତଥା ଦେଶ ବିକାଶରେ ସହଯୋଗୀ ହେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ ସ୍ତରରୁ ସୁଭଦ୍ରା ହିତାଧିକାରୀ, ଜନ ପ୍ରତିନିଧି, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.