ତ୍ରିଲୋଚନ ନାଗଙ୍କୁ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ଦାଇତ୍ୱ

ନୂଆପଡ଼ା ଜିଲ୍ଲାର ଯାଦବଙ୍କ ମଧ୍ୟରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଆଗ୍ରେନ ଗ୍ରାମର ତ୍ରିଲୋଚନ ନାଗଙ୍କୁ ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଏନେଇ ଉତ୍କଳ ଯାଦବ ମହାସଭାର ସଭାପତି ଆଶୀର୍ବାଦ ବେହେରା ତ୍ରିଲୋଚନଙ୍କୁ ଚିଠି ଲେଖି ଜଣାଇଛନ୍ତି। ମିଳିଥିବା ଦାୟିତ୍ବକୁ ଶ୍ରୀ ନାଗ ସୂଚାରୁ ରୂପେ ତୁଲାଇବା ସହ ସଙ୍ଗଠନର ଶ୍ରୀ ବୃଦ୍ଧି କରାଇବାରେ ସହାୟକ ହେବ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବେହେରା ଆଶା ବ୍ୟକ୍ତ କରିଛନ୍ତି। ଜଣେ ସୁସଙ୍ଗଠକ ଭାବେ ସୁପରିଚିତ ତ୍ରିଲୋଚନ ନାଗ ନୂଆପଡ଼ା ଜିଲ୍ଲା ଯାଦବ ମହାସଭାର ଉପସଭାପତି ଭାବରେ କାର୍ଯ୍ୟ କରି ଆସୁଛନ୍ତି। ତୃଣମୂଳ ସ୍ତରରୁ ଯାଦବ ମାନଙ୍କ ଉତ୍ଥାନ ସହ ବିଭିନ୍ନ ସମସ୍ୟାର ସମାଧାନ ଓ ସାମୁହିକ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ତ୍ରିଲୋଚନ। ତାଙ୍କର ବଳିଷ୍ଠ ସାଙ୍ଗଠନିକ ଦକ୍ଷତା, ନିର୍ମଳ ଭାବମୂର୍ତ୍ତି ଓ ଲୋକପ୍ରିୟତା ପାଇଁ ଏହି ନୂଆ ଦାୟିତ୍ବ ମିଳିଥିବା ଜଣାପଡ଼ିଛି। ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁ ଦାଇତ୍ୱ ପ୍ରଦାନ କରିଥିବାରୁ ଶ୍ରୀ ନାଗ ଉତ୍କଳ ଯାଦବ ମହାସଭାର ସଭାପତି ଆଶିର୍ବାଦ ବେହେରାଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ନାଗଙ୍କୁ ରାଜ୍ୟ ସ୍ତରୀୟ ଦାୟିତ୍ବ ମିଳିଥିବାରୁ ନୂଆପଡ଼ା ଜିଲ୍ଲାର ଯାଦବଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.