ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ

ପୁରସ୍କାର ଗ୍ରହଣ କଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ

ଭାଷାଗତ ବିବିଧତା ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ – ଳମହେଶ ଦତ୍ତାନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ସାହିତ୍ୟୋତ୍ସବର ଦ୍ବିତୀୟ ଦିବସରେ ନୂଆଦିଲ୍ଲୀ ସ୍ଥିତ କମାନି ପ୍ରେକ୍ଷାଳୟରେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମାରୋହରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଛନ୍ତି ବିଶିଷ୍ଟ ଓଡିଆ ଲେଖକ ପ୍ରଫେସର ବୈଷ୍ଣବ ଚରଣ ସାମଲ।

Omkar Vasthu
Omkar Vasthu

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ। ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏକାଡେମୀର ଉପାଧ୍ୟକ୍ଷ ପ୍ରଫେସର କୁମୁଦ ଶର୍ମା ସମାପନୀ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମହେଶ ଦତ୍ତାନୀ କହିଥିଲେ ଯେ ଲେଖକମାନେ ଶବ୍ଦର କାରିଗର ଏବଂ ଆମ ଦେଶର ଭାଷାଗତ ବିବିଧତାକୁ ସଂରକ୍ଷଣ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିବିଧତା ଆମର ଜାତୀୟ ପରିଚୟ । ଏହାକୁ ବଜାୟ ରଖିବା ଏବଂ ସଂରକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ। ଭାଷାଗତ ବିବିଧତାକୁ ସଂରକ୍ଷଣ କରିବାରେ ଅନୁବାଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ସୂଚାଇଥିଲେ।

Pearl dental clinic
Near Ashish Medical Store, Bhawanipatna

ସଭାପତିତ୍ୱ ଭାଷଣରେ ମାଧବ କୌଶିକ କହିଥିଲେ ଯେ ଏକାଡେମୀର ୭୦ ବର୍ଷର ଇତିହାସ ପାଇଁ ଆମେ ଗର୍ବ କରିବା ଉଚିତ ଯେ ଆଜି ଆମେ ବିଶ୍ୱର ସବୁଠାରୁ ବଡ଼ ପ୍ରକାଶନ ସମୂହ ମଧ୍ୟରୁ ଗୋଟିଏ। ଯେକୌଣସି ଦେଶର ପରିଚୟ ସ୍ୱରୂପ ଭାଷାଗତ ବିବିଧତାକୁ ଏଠାରେ ସମ୍ପୂର୍ଣ୍ଣ ଏକତା ଭାବରେ ଦେଖାଯାଇପାରିବ। ଆମେ ସାହିତ୍ୟିକଙ୍କୁ ପ୍ରଜାପତି ବୋଲି କହିଥାଉ କାରଣ ସେମାନେ ଏକ ସମାନ୍ତରାଳ ବିଶ୍ୱ ସୃଷ୍ଟି କରନ୍ତି। ସାହିତ୍ୟିକମାନଙ୍କର ସମ୍ବେଦନଶୀଳତାର ପରିସର ବହୁତ ବିସ୍ତୃତ। ସାହିତ୍ୟୋତ୍ସବ ତଥା ପୁରସ୍କାର ପ୍ରଦାନ ସମାରୋହ ଭାରତୀୟ ସୃଜନଶୀଳତାର ଏକ ଉତ୍ସବ।

Udyog Nursery
Udyogi Nursery

ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ କୁମୁଦ ଶର୍ମା ସମାପନୀ ବକ୍ତବ୍ୟରେ କହିଥିଲେ ଯେ ଲେଖକ ଜଣେ ସାଧକ। ଲେଖାର ପ୍ରକ୍ରିୟାରେ ସେ ସବୁକିଛି ଭୁଲି ସମାଜର ଉନ୍ନତି ପାଇଁ ଅନେକ ରଙ୍ଗ ବିସ୍ତାର କରନ୍ତି କିନ୍ତୁ ତହିଁରେ ସର୍ବୋତ୍ତମ ରଙ୍ଗ ହେଉଛି ମାନବିକତା। ପ୍ରାରମ୍ଭରେ ସ୍ୱାଗତ ଭାଷଣରେ ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ କହିଥିଲେ ଯେ ପ୍ରତ୍ୟେକ ପୁରସ୍କାର ଲେଖକଙ୍କୁ ଶକ୍ତି ପ୍ରଦାନ କରେ ଏବଂ ତାଙ୍କୁ ଏକ ବୃହତ ପାଠକ ସମାଜ ସହ ଯୋଡେ।

ସମାରୋହରେ ୨୨ ଜଣ ସାହିତ୍ୟିକଙ୍କୁ ପୁରସ୍କୃତ କରିଥିଲେ ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ। ପୁରସ୍କାର ପ୍ରାପକମାନେ ହେଲେ ସମୀର ତାନ୍ତି (ଅହମିଆ), ଅରୁଣ ରାଜା ବସୁମତାରି (ବୋଡୋ), (ସ୍ୱର୍ଗତଃ) ଚମନ ଲାଲ ଆରୋରା (ଡୋଗ୍ରୀ), ଇସ୍ତେରେନ କିରେ (ଇଂରାଜୀ), ଦିଲୀପ ଝଭେରୀ (ଗୁଜୁରାଟୀ), ଗଗନ ଗିଲ (ହିନ୍ଦୀ), କେ.ଭି. ନାରାୟଣ (କନ୍ନଡ), ସୋହନ କାଉଲ (କଶ୍ମିରୀ), ମୁକେଶ ଥଲି (କୋଙ୍କଣୀ), ମହେନ୍ଦ୍ର ମଲାଙ୍ଗିଆ (ମୈଥିଳି), କେ. ଜୟକୁମାର (ମାଲୟାଲମ) ହାଓବାମ୍ ସତ୍ୟବତୀ ଦେବୀ (ମଣିପୁରୀ), ସୁଧୀର ରସାଲ (ମରାଠୀ), ଯୁବା ବରାଳ ‘ଅନନ୍ତ’ (ନେପାଳୀ), ବୈଷ୍ଣବ ଚରଣ ସାମଲ (ଓଡ଼ିଆ), ପାଲ କୌର (ପଞ୍ଜାବୀ), ମୁକୁଟ ମଣିରାଜ (ରାଜସ୍ଥାନୀ), ଦୀପକ କୁମାର ଶର୍ମା (ସଂସ୍କୃତ), ମହେଶ୍ୱର ସୋରେନ (ସାନ୍ତାଳୀ), ହୁନ୍ଦରାଜ ବଲୱାନୀ (ସିନ୍ଧି), ଏ.ଆର. ଭେଙ୍କଟଚଲାପଥୀ (ତାମିଲ) ଏବଂ ପେନୁଗୋଣ୍ଡା ଲକ୍ଷ୍ମୀନାରାୟଣ (ତେଲୁଗୁ)। କନ୍ନଡ ଭାଷାର ପୁରସ୍କାର ବିଜେତା ଅନୁପସ୍ଥିତ ଥିବା ବେଳେ ବଙ୍ଗଳା ଭାଷାର ପୁରସ୍କାର ଘୋଷଣା କରାଯାଇ ନଥିଲା। ଡୋଗ୍ରୀ ଭାଷାର ପୁରସ୍କାର ଗ୍ରହଣ କରିଥିଲେ ପ୍ରାପକଙ୍କ ଝିଅ। ଇଂରାଜୀ ଭାଷାର ପୁରସ୍କାର ବିଜେତାଙ୍କ ପ୍ରତିନିଧି ଗ୍ରହଣ କରିଥିଲେ। ସମାରୋହ ଶେଷରେ ରାକେଶ ଚୌରାସିଆ ବଂଶୀବାଦନ ସମସ୍ତଙ୍କ ମନ ମୋହି ନେଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.