ସର୍ଗିଗୁଡା ଡିଗିରାପଡ଼ାର ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡ଼ିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା କାନ୍ଥି ଡିଗିରାପଡ଼ାର ବହୁ ପ୍ରସିଦ୍ଧ ୧୬ ପ୍ରହର ନାମଯଜ୍ଞର ସୋମବାର ସକାଳ ୭.୩୫ରେ ପୂର୍ଣ୍ଣାହୂତି ପଡ଼ିଛି। ଡିଗିରାପଡ଼ା ସଙ୍କୀର୍ତ୍ତନ ମଣ୍ଡଳୀ ନାମ ଛାଡ଼ିବା ପରେ କର୍ତ୍ତା ଦମ୍ପତି ବର୍ଦ୍ଧନୀ କଳସ ମୁଣ୍ଡେଇ ଭକ୍ତ ବୃନ୍ଦଙ୍କ ସହ ନଗର ପରିକ୍ରମା କରିଥିଲେ। ମା ମାଝିଗୌରୀ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଚତୁର୍ଥ ତମ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥଲା। ଶନିବାର ସକାଳ ୭.୩୫ ରୁ ଆରମ୍ଭ ନାମ ହୋଇଥିଲା। ଏଥିପାଇଁ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ପ୍ରଫୁଲ୍ଲ ପଧାନ ଓ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା ଦାୟୀତ୍ବ ନିର୍ବାହନ କରିଥିଲେ।ଧନଞ୍ଜୟ ଗୌଡ ଓ ପଦ୍ମିନୀ ଗୌଡ ଦମ୍ପତି ପୂଜାକର୍ତ୍ତା ଭାବରେ ଦାୟୀତ୍ବ ସମ୍ପାଦନ କରିଥିଲେ। ସୁକଦେବ ପାଢ଼ୀ ପୂଜକ ପଣ୍ତିତ, ଜପକ ଭାବରେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସୁନିଲ ମିଶ୍ର ଓ ପାଚକ ଦାୟୀତ୍ୱରେ ପ୍ରଶାନ୍ତ କୁମାର ବ୍ରହ୍ମା ଦାୟୀତ୍ବ ସମ୍ପାଦନା କରିଥିଲେ। ଆୟୋଜକ ଡିଗିରାପଡ଼ା ସଙ୍କୀର୍ତ୍ତନ ମଣ୍ଡଳୀ, ବେହେରାପାଟି ସଙ୍କୀର୍ତ୍ତନ ମଣ୍ଡଳୀ ଓ ଚାରିଗୋଟି ଝିଅ ଦଳ ସହ ଜିଲ୍ଲା ଓ ଜିଲ୍ଲା ବାହାରୁ ମୋଟ ୧୦ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞରେ ଅଂଶ ଗ୍ରହଣ କରିଥିଲେ। ଶାନ୍ତି ଶୃଂଖଳାର ସହ ନାମଯଜ୍ଞ ସମାପନ ହୋଇଥିବାରୁ ଅଞ୍ଚଳ ବାସୀ ଜନ ସାଧାରଣ ଓ ଭକ୍ତ ବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିଚାଳନା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟ ବୃନ୍ଦ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.