ସୋନପୁର ଶାନ୍ତି କୁଟୀରର ରକ୍ଷଣା ବେକ୍ଷଣ ଦାବୀ କଲେ ସ୍ବେଛାସେବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ରିଙ୍ଗ ରୋଡ ତେଲ ନଦୀ କୂଳରେ ଅବସ୍ଥିତ ଶାନ୍ତି କୁଟୀର ର ପୁରୁଣା ବାସଗୃହ ମରାମତି ତଥା ରକ୍ଷଣା ବେକ୍ଷଣ ସହ ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟ ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ଆଜି ପୌରପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛନ୍ତି ୧୫ ଜଣ ଅନ୍ତେବାସୀ ଓ ସ୍ବେଛାସେବୀ।

ଏହା ସହିତ ଶୌଚ ପାଇଁ ଏକ ଶୌଚାଳୟ ଟିଏ ନିର୍ମାଣ ଓ ଗ୍ରୀଷ୍ମ ଋତୁରେ ଆଗକୁ ପ୍ରଚଣ୍ଡ ଖରା ଗରମ ହେତୁ ଘରର ମଜଭୁତ ଛାତର ବ୍ୟବସ୍ଥା ପାଇଁ ପୌର ଅଧିକାରୀ ଙ୍କୁ ଦୁଃଖ ଜଣାଇଥିଲେ। ସମାଜସେବୀ ମୋନାଜ୍ କର୍ମୀ (ମୂନୁ ) ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ନରସିଂହ ପୃଷ୍ଟି ଙ୍କ ସହ ଅନ୍ତେବାସୀ ପଞ୍ଚବାସୀ ମହଲା, କୁଳମଣି ଖମାରୀ, ଖଗେଶ୍ବର ପ୍ରଧାନ, ବାହାଦୁଲ ବେହେରା, ଧୁବା ପାଣ୍ଡେ, ଚୈତନ୍ୟ ସାହୁ, ସୁନା ପୋଢ଼, ମେଘା ବାରିକ, ପୂର୍ଣାବାସି ମହଲା, ମାଳତୀ ସା, କେଶବ କଲତା, ସୁପାର କଲତା ଓ ଲତା ଭୋଇ ପ୍ରମୁଖ ପୌର ଅଧିକାରୀଙ୍କୁ ଭେଟି ଏ ସବୁ ଦାବୀ ଜଣାଇଥିଲେ।

ପ୍ରକାଶ ଥାଉ କି ଯେ ଗତ ବର୍ଷ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ଏ ଶାନ୍ତି କୁଟୀରରେ ଏହି ଅନ୍ତେବାସୀ ଓ କିଛି ସ୍ଵେଚ୍ଛାସେବୀ ଙ୍କ ସହିତ ବିଶ୍ଵ କୁଷ୍ଠ ଦିବସ ପାଳନ କରି ଅନ୍ତେବାସୀ ଙ୍କ ଏ ସମସ୍ୟା ତଥା ଦାବୀ ପ୍ରତି ଅବଗତ ଥିବା ଜଣାଯାଇଛି।

ଯେଉଁଥିରେ କି ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପୌର ଅଧ୍ୟକ୍ଷା ମଧ୍ୟ ଯୋଗ ଦେଇଥିଲେ। ଏ ସମ୍ବେଦନଶୀଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.