ଅସୁରଗଡ ୟୁପି ସ୍କୁଲର ବାର୍ଷିକ ଉତ୍ସବ ସମାରୋହ

ଛାତ୍ରଛାତ୍ରୀ ମନ୍ତ୍ରୀ ମଣ୍ଡଳ ନିର୍ଦ୍ଦେଶରେ ଚାଲିଲା ସଭାକାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ ୟୁପି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଞ୍ଚ ଅଧିବେଶନ ସଭା କାର୍ଯ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

Omkar Vasthu
Omkar Vasthu

ଏଥିରେ ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ମାଣ୍ଡେଲ ସରପଞ୍ଚ ପଦ୍ମ ଲୋଚନ ଜାଲ, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୀତବାସ ରଣା, ମାଣ୍ଡେଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ତୁଷାରକାନ୍ତ ସାହୁ, ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ, ଗିରିଧାରୀ ଗୌଡ, ଦ୍ରୋଣ ରଣା, ଗୌର ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ମିଶ୍ର,ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ବାରିକ, ଗ୍ରାମର ବରିଷ୍ଠ ନାଗରିକ ନାବିକ ଗୌଡ, ପୂର୍ବତନ ଶିକ୍ଷକ ସିମାଞ୍ଚଳ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

କର୍ଲାପଡ଼ା ଡ଼ିଗ୍ରୀ କଲେଜ ର ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ପାଇଁ ଛାତ୍ର ଛାତ୍ରୀଙ୍କୁ ନେ଼ଇ ଗଠିତ ମନ୍ତ୍ରୀ ମଣ୍ଡଳ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Udyog Nursery
Udyogi Nursery

ମୁଖ୍ୟମନ୍ତ୍ରୀ ଭାବରେ ଛାତ୍ର ଲକ୍ଷ୍ମଣ କୁମାର ସାହୁ, ଉପ ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଗୌଡ, ସ୍ୱାସ୍ଥ୍ୟମନ୍ତ୍ରୀ କିରଣ କୁମାର ରଣା, ଖାଦ୍ୟ ମନ୍ତ୍ରୀ ଡୁଲେଶ୍ୱର ଆଡଜୁଆଡ, କ୍ରୀଡ଼ା ମନ୍ତ୍ରୀ ଇମ୍ରାନ ପୁଟେଲ, ପରିବେଶ ମନ୍ତ୍ରୀ ଭାରତ ପଧାନ, ଶିକ୍ଷା ମନ୍ତ୍ରୀ କିଞ୍ଜଲ ପୁଝାରୀ, ମୀନାମନ୍ତ୍ରୀ କ୍ରିଷ୍ଣା ଛୁରିଆ ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ପରିଚୟ ଓ ଦାୟୀତ୍ବ ବିଷୟରେ କହିଥିଲେ। ଗଣପତି ପୂଜନ ପରେ ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ସଭାପତି ଶ୍ରୀ ରଣା ଓ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ଉପ ଢୌକନ ଦେଇ ସମ୍ମାନୀତ କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହାପରେ ବିଦ୍ୟାଳୟରେ ଶ୍ରେଣୀ କୋଠରୀର ଅଭାବ ରହିଥିବାରୁ ପାଠ ପଢାରେ ବ୍ୟାଘାତ ଉପୁଜିଛି। ଏଣୁ ନର୍ଲା ବ୍ଲକ ଅଧ୍ୟକ୍ଷ ଓ ମାଣ୍ଡେଲ ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟାୟକ ଅନୁରୋଧ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଡିସିଲାଲ ପଧାନ ଓ ଛାତ୍ରୀ କ୍ରିଷ୍ଣା ଛୁରିଆ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥଲା।

ଅତିଥି ବୃନ୍ଦ ପ୍ରଦର୍ଶନୀ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ବରଞ୍ଜନ ମିଶ୍ର, ଅର୍ଜୁନ ମିଶ୍ର, ଲଖପତି ବଗର୍ତ୍ତୀ, ଶିକ୍ଷୟତ୍ରୀ ସୁନୀତା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବାର୍ଷିକ କ୍ରୀଡାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରୀ ଆଭ୍ୟାସ୍ନାତା ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.