ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲାରେ ରକ୍ତଦାନ ସଚେତନତା ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରକ୍ତଦାନର ମହତ୍ବ ସମ୍ପର୍କରେ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ସଚେତନତା କରାଇବା ସହିତ ଏଥି ସମ୍ପର୍କିତ ସମସ୍ତ ଭ୍ରାନ୍ତ ଧାରଣାର ଦୁରୀକରଣ କରିବାର ଲକ୍ଷ୍ୟ ନେଇ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲା ଠାରେ ରକ୍ତଦାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ହେଲା ଛାତ୍ରଛାତ୍ରୀ ମାନେ ପ୍ରଥମେ ନିଜେ ସଚେତନତା ହେଲେ ସେମାନେ ନିଜର ପରିବାର, ବନ୍ଧୁବର୍ଗ ଇତ୍ୟାଦିଙ୍କୁ ରକ୍ତ ଦାନର ମହତ ଉଦେଶ୍ୟ ଆବଶ୍ୟକତା ସମ୍ପର୍କରେ ସଚେତନ କରାଇ ପାରିବେ। କାରଣ ଏହି ଛାତ୍ରଛାତ୍ରୀ ମାନଙ୍କ ହାତରେ ହିଁ ରହିଛି ଦେଶ ଓ ସମାଜର ଭବିଷ୍ୟତ। ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ତଥା ୟୁଥ୍ ରେଡକ୍ରସ କାଉନସିଲର ମୁକେଶ କୁମାର ବହିଦାର, ଅତିଥି ଭାବେ ଅଧ୍ୟାପିକା ବାସନ୍ତୀ ସାହୁ ଓ ଅଧ୍ୟାପକ ସୁଶାନ୍ତ ସାହୁ ମଞ୍ଚାସୀନ ଥିଲେ। ଏଥିରେ ଅତିଥିମାନେ ରକ୍ତ ଦାନର ମହତ୍ବ ଓ ସଚେତନତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଏକ ବିଶାଳ ରକ୍ତଦାନ ସଚେତନତା ଶୋଭାଯାତ୍ରାରେ ବାହାରି ନର୍ଲା ସହର ପରିକ୍ରମା କରିଥିଲେ। ୟୁଥ୍ ରେଡକ୍ରସ କାଉନସିଲର ତଥା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.