ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବ୍ରହ୍ମପୁତ୍ର ଛାତ୍ରାବାସରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ମେଜର ଡ଼. ରାମଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱଜିତ ପାଢ଼ୀ, ମୁଖ୍ୟ ବକ୍ତା ଭାବରେ ବୋଡେ଼ନ ଯୁକ୍ତ ଦୁଇ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସାମୁଏଲ ଦାନୀ, ମହାବିଦ୍ୟାଳୟର ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ପ୍ରମୁଖ ମଂଚାସୀନ ଥିବାବେଳେ ଛାତ୍ରା ବାସର ମୁଖ୍ୟ ପରିଚାଳକ ଡ଼. ଶୁଭ୍ରାଂଶିଷ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଛାତ୍ରାବାସର ସାଧାରଣ ସଂପାଦକ କଲ୍ୟାଣ ଦେବ ରଣା ବାର୍ଷିକ ବିବରଣୀ ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟର ଆବଶ୍ୟକତା ପୂରଣ କରିବାର ପ୍ରତିଶୃତି, ଛାତ୍ର ମାନଙ୍କ ସୁଚରିତ୍ର ଗଠନ, ଉଚ୍ଚାକାଂକ୍ଷା ଜୀବନ ବିଷୟରେ ମଂଚାସୀନ ଅତିଥିମାନେ ନିଜସ୍ୱ ଅଭିମତ ରଖିଥିଲେ l ବାର୍ଷିକ ଉତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା, ସେଥି ମଧ୍ୟରୁ କଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରତିଦ୍ବନ୍ଦୀ ଭାବରେ ଯୁକ୍ତ ତିନି ଛାତ୍ର ସନୋଜ ନାଗ ଏବଂ କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠ ପ୍ରତିଦ୍ବନ୍ଦୀ ଭାବେ ଯୁକ୍ତ ତିନି ଛାତ୍ର ବିମଲ କୁମାର ପାତ୍ରଙ୍କୁ ପୁରସ୍କୃତ କରାଯଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବୟୋଜ୍ୟେଷ୍ଠ କିରାଣୀ ଅକ୍ଷୟ କୁମାର ଦାସ, ଶାରୀରିକ ଶିକ୍ଷା ଶିକ୍ଷକ ଡ଼. ସରୋଜ କୁମାର ପଣ୍ଡା, ସାଧାରଣ ସଂପାଦକ ମଧୁର ଦୀପ,ବୈଦ୍ୟୁତିକ କର୍ମଚାରୀ ଶ୍ରୀ ଗିରିଧାରୀ ନାଏକ ପ୍ରମୁଖ ସହଯୋଗ କରିଥିଲେ l ଅଧ୍ୟାପକ ଡ଼. ବିଷ୍ଣୁ ଦେବ ସିଂହ ମଲ୍ଲିକ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ,ଅଧ୍ୟାପକ ଗୁଣବନ୍ତ ସାହୁ, ଅଧ୍ୟାପିକା କାଜଲ ମେହେର, ଅଧ୍ୟାପକ ତଥାଗତ ରାଉତ, ଅଧ୍ୟାପକ ମୌସମ ପ୍ରଧାନ, ଅଧ୍ୟାପକ ଜିତେନ୍ଦ୍ର କାଲସାଏ, ଅଧ୍ୟାପିକା ରାଜେଶ୍ୱରୀ କରୁଆଁ, ଅଧ୍ୟାପିକା ସନ୍ତୋଷୀ ଶର୍ମା, ଅଧ୍ୟାପକ ଖଗେଶ୍ୱର ଭୋଇ, ଅଧ୍ୟାପକ ଜବାହର ରଞ୍ଜନ ପଣ୍ଡା, ଅଧ୍ୟାପିକା ପାୟଲ ପ୍ରଧାନ, ଅଧ୍ୟାପିକା ତନୁଜା ସାହୁ,ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ଅଧ୍ୟାପକ ପ୍ରମୋଦ ପୋଢ଼ ତଥା ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l ଶେଷରେ ଛାତ୍ରାବାସର ସହ ପରିଚାଳକ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତ୍ତୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।