ମାରାଥନ ପରିଦର୍ଶନରେ ପିଏ ଆଇଟିଡିଏ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ଆଦିବାସୀଙ୍କ ଉନତି କଥା କୁହନ୍ତୁ, କିମ୍ବା ସରକାରୀ ଯୋଜନାର ସଫଳ ରୂପାୟନ, ସବୁଥିରେ ଚର୍ଚ୍ଚାରେ ରୁହନ୍ତି ଫୁଲବାଣୀ ପିଏ ଆଇଟିଡିଏ ଗଦାଧର ପାତ୍ର। ନାମ ଯେମିତି କାମ ବି ସେମିତି। ବିଶେଷ କରି ସେବା ଶ୍ରମ ଗୁଡିକରେ ପାଠପଢା ବ୍ୟବସ୍ଥା, ଛାତ୍ର ଛାତ୍ରୀଙ୍କ ରହିବା ବ୍ୟବସ୍ଥା। ଆଗମ୍ୟ ଅଞ୍ଚଳକୁ ରାସ୍ତା ସଂଯୋଗୀ କରଣ, ଚାଷ ଜମିକୁ କିଭଳି ଜଳ ଯୋଗାଣ ହୋଇପାରିବ ସେ ନେଇ ସର୍ବଦା ପ୍ରୟାଶ ଜାରି ରଖିଛନ୍ତି। ଫୁଲବାଣୀ ପିଏଆଟିଡିଏ ଭାବେ ଦୁଇ ଦିନ ହେଲା ଦାଇତ୍ୱ ନେବା ପରେ ଶ୍ରୀଯୁକ୍ତ ଗଦାଧର ପାତ୍ର ଙ୍କ ମାରାଥନ ପରିଦର୍ଶନ କରିଛନ୍ତି ସାର୍ତାଗୁଡା ସେବାଶ୍ରାମ, ବେଲପଦର ଗାର୍ଲସ ହାଇସ୍କୁଲ, ଇମ ଆରଏସ ରାସ୍ତା ସଂଯୋଗୀ କରଣ କାର୍ଯ୍ୟ ବୁଲି ଦେଖିଥିଲେ। ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ସାଲିଶ କରାଯିବ ନାହିଁ। ଏଥି ପାଇଁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ତାଗିଦ କରିଛନ୍ତି। ଉନୟନ ମୂଳକ କାର୍ଯ୍ୟ ଗୁଡିକୁ କୁ ଯଥା ସମ୍ଭବ ପରିଦର୍ଶନ କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି। ପିଏ ଙ୍କ ସହ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.