ଆରୀୟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଦାୟ କାଳୀନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାମନାଗୁଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଆରୀୟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦାୟ କାଳୀନ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ବିଦ୍ୟାଳୟର ଅଧ୍ୟକ୍ଷ ଅର୍ଜୁନ କୁମାର ବେନିଆ ଏବଂ ତାଙ୍କର ସହକର୍ମୀ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହିଥିଲେ । ସର୍ବ ପ୍ରଥମେ ମୁଖ୍ୟ ଅଧ୍ୟକ୍ଷ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯକ୍ରମ କୁ ଆରମ୍ଭ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଇଥିଲା । ପ୍ରଥମ ବର୍ଷର ଛାତ୍ର ଛାତ୍ରୀମାନେ ମଧ୍ୟ ତାଙ୍କର ମନ୍ତବ୍ୟ ପ୍ରକାଶ କରିଥିଲେ । ପରିଶେଷରେ ମୁଖ୍ୟ ଅଧ୍ୟକ୍ଷ ଏବଂ ଅଧ୍ୟାପକ, ଅଧ୍ୟାପିକା ନିଜର ମନ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଆଗାମୀ ଅଧ୍ୟାୟରେ ତୁମ ସଭିଙ୍କ ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ମୟ ହେଉ, ତୁମ ମାନଙ୍କ ଜୀବନର ପ୍ରତିଟି ଚଲାପଥ କୁସୁମିତ ହେଉ, ତୁମେମାନେ ଏହି ବିଦ୍ୟାଳୟକୁ, ଏ ମନୁଷ୍ୟ ଜାତିକୁ ପିତାମାତାଙ୍କର ଓ ସର୍ବୋପରି ଏ ଦେଶକୁ ଅସୀମ ଗୌରବରେ ବିମଣ୍ଡିତ କର ବୋଲି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.