ମହିଳା ସ୍ବେଚ୍ଛାସେବୀ ସମ୍ଭାଳିଲେ ଆନନ୍ଦ ବଜାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମରେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ଉଦଯାପିତ ହୋଇ ଯାଇଛି। ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇ ରାତ୍ରରେ ବେଦ ବିଧି ରେ ଅଧିବାସ ପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା।ଗୁରୁବାର ପ୍ରାତଃ ରୁ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରଥମେ ନାମାରମ୍ଭ କରିଥିଲେ। ପରିକ୍ଷିତ ବାଗ ଓ ଦେବକୀ ବାଗ କର୍ତ୍ତା ରୂପରେ, ଜ୍ୟୋତିର୍ବିଦ ଭୁପେଶ ତିୱାରୀ, ବେହେରା ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ,ପ୍ରଶାନ୍ତ ତିୱାରୀ, ମିଥିଲେସ ତିୱାରୀ ଓ ଧ୍ରୁବ ତିୱାରୀ ପୂଜକ ଭାବେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଅଷ୍ଟ ପ୍ରହର ଅହରହ ନାମ ଗାନ ପାଇଁ ଛଅ ଟି ପ୍ରମୁଖ ସଙ୍କୀର୍ତ୍ତନ ଦଳ ଭାଗ ନେଇଥିଲେ ତନ୍ମଧ୍ୟରୁ ୩ ଟି ମହିଳା ସଙ୍କୀର୍ତ୍ତନ ଦଳ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରି ରଖିଥିଲେ।କମିଟି ତରଫ ରୁ ଭକ୍ତଙ୍କ ପାଇଁ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିବା ବେଳେ ଶୁକ୍ରବାର ନାମସମ୍ପନ ,ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇ ନାମଯଜ୍ଞ ଉଦଯାପିତ ହୋଇଥିଲା। ନାମଯଜ୍ଞ କମିଟି ର ସଭାପତି ଜମ୍ବୁଧର ବାଗ, ସମ୍ପାଦକ ଭରତ ନିଏଲ, କୋଷାଧ୍ୟକ୍ଷ ହିରାଲାଳ ନିଏଲ୍ , ଉପସଭାପତି ଲମ୍ବୋଦର ନିଏଲ,ସହ ସମ୍ପାଦକ ମହେଶ କୁମାର ବାଗ,ସହ କୋଷାଧ୍ୟକ୍ଷ ଥବିର ଚନ୍ଦନ,ଗୌରଚନ୍ଦ୍ର ବାଗ,କୃଷ୍ଣ ବାଗ, ରାଧେଶ୍ୟାମ ନିଏଲ, ଦୁର୍ଯ୍ୟୋଧନ ବାଗ, କମଲୁ ନିଏଲ ସମେତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ, ଗ୍ରାମର ଶତାଧିକ ଭକ୍ତ ସହଯୋଗ କରିଥିବା ବେଳେ ମହିଳା ସ୍ବେଚ୍ଛାସେବୀ ମାନେ ଆନନ୍ଦ ବଜାରରେ ଭୋଗ ବଣ୍ଟନ ଦାୟିତ୍ଵରେ ରହି ସେବା ପ୍ରଦାନ କରୁଥିବା ଅଞ୍ଚଳରେ ନାମଯଜ୍ଞରେ ପ୍ରଥମ କରି ଦେଖିବାକୁ ମିଳିଥିଲା। ଉକ୍ତ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ରେ ଆଖପାଖ ଅଞ୍ଚଳର ବହୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।