ଏଏସଆଇ ନିର୍ଦ୍ଦୋଷରେ ଖଲାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ବୋଡେ଼ନ ଥାନାର ଏଏସଆଇ ଏକ ଲାଞ୍ଚ ମାମଲାରେ ନୂଆପଡା ଭିଜିଲାସନ୍ସ ସର୍କିଟ କୋର୍ଟ ମାନ୍ୟବର ଭିଜିଲାସନ୍ସ ବିଚାରପତି ବଦ୍ରୀ ନାରାୟଣ ନନ୍ଦ ଆଜି ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି l ପ୍ରକାଶ ଥାଉକି ବୋଡେ଼ନ ଥାନା ଅଧିନସ୍ଥ ଖଇରମାଳ ଗ୍ରାମର ଜନୈକ ବ୍ୟକ୍ତି ଜଗଦିଶ ଅଦାଙ୍କ ପରିବାରଙ୍କ ଏକ ମାମଲାକୁ ଏଏସଆଇ ପ୍ରଭାତ କୁମାର ପଣ୍ଡା ଅନୁସନ୍ଧାନ କରୁଥିବା ସମୟରେ ଜେଲକୁ ନ ପଠାଇବା ପାଇଁ ଟ.୪୦୦୦ଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାସନ୍ସ ତରଫରୁ ଏକ କେସ ରୁଜୁ କରି ତାଙ୍କୁ ଗିରଫ କରି ଜେଲ ପଠାଇଥିଲେ l ସେହି ମାମଲାରେ ଆଜି ମାନ୍ୟବର ଭିଜିଲାସନ୍ସ ବିଚାରପତି ଏଗାର ଜଣ ସlକ୍ଷ୍ୟ ମାନଙ୍କର ବୟାନ କୁ ଭିତ୍ତି କରି ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିବାରୁ ଶ୍ରୀ ପଣ୍ଡାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ଉକ୍ତ ଏଏସଆଇ ଶ୍ରୀ ପଣ୍ଡାଙ୍କ ତରଫରୁ ଭବାନୀପାଟଣା ର ବରିଷ୍ଠ ଆଇନଜୀବି ଦିଲ୍ଲୀପ କୁମାର ସା ପକ୍ଷ ପରିଚାଳନା କରୁଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.