ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସହର ମଧ୍ୟ ଦେଇ ୨୪ ଘଣ୍ଟା ଭାରି ଯାନ ଚଳାଚଳ ଯୋଗୁଁ ସମୟ ସମୟରେ ଅନେକ ଗୁଡିଏ ଛୋଟ ମୋଟ ଦୁର୍ଘଟଣା ଘଟୁଛି |ଏଥି ନିମନ୍ତେ ସାଧାରଣ ଲୋକ ଅନେକ ସମୟରେ ନାନା ପ୍ରକାର ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ତତ୍ ସହିତ ବେଳେ ବେଳେ ଭାରୀଯାନ ଗୁଡିକ ଭାରିସାମ୍ୟ ହରାଇ କେତେବେଳେ ଟ୍ରାଫିକ ଛକ ତ କେତେବେଳେ ମୁଖ୍ୟ ସଡ଼କରେ ଦୁର୍ଘଟଣା ଗ୍ରସ୍ତ ହେବାର ନଜର ରହିଛି | ଯାହା ଫଳରେ ବଡ ବଡ ଦୁର୍ଘଟଣା ମଧ୍ୟ ଘଟିଯାଉଛି । ଏଥି ମୁଖ୍ୟ ସଡ଼କର ପ୍ରାୟ ନଷ୍ଟ ହେବାରେ ଲାଗିଛି ତାହା ମରାମତି ନିମନ୍ତେ ସବୁବେଳେ ରାଜକୋଷରୁ ଆଦାୟ ଅର୍ଥ ବ୍ୟୟ ହେବାରେ ଲାଗିଛି | ଏଣୁ ଭାରିଯାନ ଚଳାଚଳ ପାଇଁ କିଛି ଗୋଟିଏ ନିର୍ଦ୍ଧିଷ୍ଟ ସମୟ ରଖିଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି |