ପିଏମ୍ ଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡ଼ହଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଭକ୍ତଙ୍କ ସଭାପତିତ୍ବରେ ପିଏମ୍ ଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମଶାଲ ଶୋଭାଯାତ୍ରା, ପତାକା ଉତ୍ତୋଳନ, କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ। ମୋଟେର ଜୋନ ଜିଲ୍ଲାପରିଷଦ ସଭ୍ୟା ବୈଜୟନ୍ତି ପୁଝାରୀ, ଡ଼ହଗାଁ ସରପଞ୍ଚ କୁଞ୍ଜଲତା ନାଏକ, ପୁର୍ବତନ ଡ଼ହଗାଁ ସରପଞ୍ଚ ବ୍ରଜରାଜ ନାଏକ, ପରିଚାଳନା କମିଟି ସଭାପତି ତ୍ରିଲୋଚନ ମହାନନ୍ଦ, ଜବାହର ଉଚ୍ଚ ବିଦ୍ୟାପୀଠ କୋକସରା କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି, ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର ବଣିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ସମସ୍ତ ବିଦ୍ୟାର୍ଥୀଙ୍କୁ ଜଳପାନ, ଓ ଆର ଏସ ପ୍ରଦାନ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଥିଲା।କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ ସିମାଞ୍ଚଳ ନାଏକ,ଜବ୍ର ପୁଝାରୀ, ଶିକ୍ଷକ ଛବେନ୍ଦ୍ର ନାଏକ, ମୋହିତ କୁମାର ରାଉତି, ସନ୍ଦିପ ଚୌଧୁରୀ, ସାନନ୍ଦ ପ୍ରଧାନ, ଗୌତମ ବାରିକ, ଡମ୍ବରୁଧର ବାଗ ସହଯୋଗ କରିଥିଲେ। ଖେଳ ଶିକ୍ଷକ ଉତ୍ତମ କୁମାର ସାହୁ, କୃଷ୍ଣ ଚନ୍ଦ୍ର ମଶ୍ରା ପ୍ରତିଯୋଗୀତା ପରିଚାଳନା କରିଥିଲେ। ଶନିବାର ଅବଶିଷ୍ଟ ପ୍ରତିଯୋଗିତା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.