ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର କୁମ୍ଭାରୀ ଠାରେ ଥିବା ସନ ସାଇନ ଇଣ୍ଟରନେସନାଲ ଇଂରେଜି ମିଡ଼ିଏମ ସ୍କୁଲର13ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଫୁଲ କୁମାର ରଥ ଙ୍କ ଅଧକ୍ଷ ତାରେ ଅନୁଷ୍ଠାନ ର ଅଧକ୍ଷ ସୁନୀଲ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ ସଙ୍ଘର ସଭାପତି ଅରୁଣ କୁମାର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ତାରା ତାରିଣୀ ମହାବିଦ୍ୟଳୟ ର ପୂର୍ବତନ ଅଧକ୍ଷ ଡ଼ଃ ସିମାଞ୍ଚଳ ପଟ ନାୟକ, ସମ୍ମାନିତ ଅତିଥି ଭାବେ ତାରାତାରିଣୀ କଲେଜ ର ପୂର୍ବତନ ଅଧ୍ୟା ପକ ଡ଼ଃ ଗାୟତ୍ରୀ ଦାଶ, ମଞ୍ଚାସିନ ଥିଲେ | ସର୍ବ ପ୍ରଥମେଅତିଥି ମାନେ ଜଗତର ନାଥ ଜଗନ୍ନାଥ ଙ୍କ ଚରଣରେପ୍ରଣିପାତ କରି ପ୍ରଦୀପ ପ୍ରଜ୍ବଳନ କରି ଥିଲେ | ଅନୁଷ୍ଠାନ ର ଶିକ୍ଷୟତ୍ରୀ ମାନେଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ | ଏହାସହ ଅନୁଷ୍ଠାନ ର ଅଧକ୍ଷ ଆଜି ତାଙ୍କ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ରେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ହୋଇଥିବା ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ, ଓ ଜଗନ୍ନାଥ ଙ୍କ ପଟଚିତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ | ଏବଂ ସ୍କୁଲ ର ବାହାନ ଚାଳକ ମାନଙ୍କୁ ଏବଂ ବରିଷ୍ଟ ନାଗରିକ ସଦସ୍ୟ ମାନଙ୍କୁ ମଧ୍ୟ ପଟଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ମୁଖ୍ୟ ବକ୍ତା ସ୍କୁଲ ର ପିଲା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନୁଷ୍ଠାନ ର ସଭାପତି, ଏବଂ ଅଧକ୍ଷ ଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଆଜି ଏହି ବିଦ୍ୟାଳୟ କୁ ଆଗକୁ ବଢ଼ିବାରେ ସହଯୋଗ କରିଛି | ତେଣୁ ଏହି ଅନୁଷ୍ଠାନ ଆହୁରି ଆଗକୁ ବଢୁ ଏହାହିଁ ମୁ କାମନା କରୁଛି ବୋଲି ମୁଖ୍ୟ ଅତିଥି କହିଥିଲେ | ମୁଖ୍ୟ ବକ୍ତା ଡ଼ଃ ସିମାଞ୍ଚଳ ପଟନାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ପିଲାମାନେ ନିଜ ପିତାମାତା ଓ ଦେଶ ର ନାମ ରଖିବାକୁ କହିଥିଲେ | ସମ୍ମାନିତ ଅତିଥି ଗାୟତ୍ରୀ ମେଡମ ଏହିସ୍କୁଲ ର ଉତ୍ତରୋତ୍ତର ବୃଦ୍ଧି କାମନା କରିବା ସହିତ ସମସ୍ତେ ଗୀତା ପଢନ୍ତୁ ଏବଂ ସମସ୍ତ ଛାତ୍ର, ଛାତ୍ରୀ ମାନେ ମୋବାଇଲ ରୁ ଦୁରେଇ ରହିବାକୁ ଉପଦେଶ ଦେଇଥିଲେ | ସଭାପତି ତାଙ୍କ ଭାଷଣ ରେ ଏହି ଅନୁଷ୍ଠାନ 26 ଗୋଟି ପିଲାଙ୍କୁ ନେଇ 13 ବର୍ଷ ତଳେ ଆରମ୍ଭ ହୋଇ ଆଜି 600 ରୁ ଉର୍ଧ୍ଵ ପିଲା ମାନଙ୍କୁ ନେଇ ଗଢ଼ି ଉଠିଛି | ଏହା ବହୁ ଘାତ ପ୍ରତିଘାତ ଦେଇ ଆଜି ମୁଣ୍ଡ ଟେକିବାକୁ ଚେଷ୍ଟା କରିଛି ବୋଲି ସଭାପତି କହିଥିଲା ବେଳେ ଅଧକ୍ଷ ଏହି ଅନୁଷ୍ଠାନ ର ଅଗ୍ରଗତି ଉପରେ ସମସ୍ତଙ୍କସହଯୋଗ ରହିଥିବାରୁ ଆଜି ସେ ବଡ଼ ହୋଇ ପାରିଛି କହିଥିଲେ | ସମସ୍ତ ଙ୍କ ଟିକେ ଟିକେ ସାହାଯ୍ୟ , ସହଯୋଗ ରେ ଆଜି ସନ ସାଇନ ତାର ତେର ବର୍ଷ ଜନ୍ମ ଦିବସ ପାଳନ ପାଳନ କରିଛି | ଏବଂ ଏହି କାର୍ଯ୍ୟ ରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପୁର୍ଣ ପ୍ରାଣରେ ସାଥ ଦେଇଥିବାରୁ ମୁ ସମସ୍ତ ଙ୍କ ପାଖରେ ଚିର କୃତଜ୍ଞ ବୋଲି କହିଥିଲେ | ଅନୁଷ୍ଠାନ ର ସମସ୍ତଷ୍ଟାଫ ଙ୍କ ସହଯୋଗ ରେ ଆଜି ଏହି କାର୍ଯ୍ୟକ୍ରମ ସମାପନ ହୋଇ ଅଛି | ଶେଷରେ ଜନ୍ମ ବାର୍ଷିକୀ ପାଳନ ପାଇଁ କେକ କଟାଯାଇ ସମସ୍ତ ଅତିଥି ଏବଂ ବରିଷ୍ଟ ନାଗରିକ ସଦସ୍ୟ, ସାମ୍ବାଦିକ, ଓ ଛାତ୍ର, ଛାତ୍ରୀ ଏବଂ ଷ୍ଟାଫ ମାନଙ୍କୁ ବଣ୍ଟନ କରାଯାଇ ଥିଲା |