ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ଉପାନ୍ତ ବ୍ଲକ ତୁମୁଡିବନ୍ଧ,ଲଙ୍କାଗଡ଼, ବେଲଘର, କୁର୍ତମଗଡ ପଞ୍ଚାୟତ ଏବଂ ତୁମୁଡିବନ୍ଧ ହାଇସ୍କୁଲ ପଡିଆରେ ମହା ସମାରୋହରେ ଏହି ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଯୋଜନା ମାଧମରେ ରାଜ୍ୟର 3.5 କୋଟି ଲୋକ ଉପକୃତ ହେବେ। ଯେଉଁ ବ୍ୟକ୍ତି ମାନଙ୍କ ବୟସ 70ବର୍ଷ ରୁ ଅଧିକ ସେମାନଙ୍କ ପାଇଁ ବୟୋବନ୍ଦନା ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ କରି ଚିକିଛା ସେବା ଯୋଗାଇ ଦିଆଯିବ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିଛା ସେବା ଯୋଗାଇ ଦିଆଯିବ. ରାଜ୍ୟର ସରକାରୀ ଏବଂ ବେସରକାରୀ ସ୍ୟାସ୍ତ୍ୟ କେନ୍ଦ୍ର ଗୁଡିକରେ ରେ ଏହି ସେବା ଯୋଗାଇଦିଆଯିବ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ଆଜି ପୂରଣ କରିଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଜରିଆରେ କହିଛନ୍ତି। ତୁମୁଡିବନ୍ଧ ପଞ୍ଚାୟତ ର ଦଶ ଜଣ ମହିଳା ଏବଂ ପୁରୁଷଙ୍କୁ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ଉପସ୍ଥିତ ଅତିଥି ମାନେ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ, ବିଜେପି ଜିଲ୍ଲା ପ୍ରତିନିଧି ରବୀନ୍ଦ୍ର ପାତ୍ର, ମହିଳା ବିଜେପି ନେତ୍ରୀ ଝିଲି ପୂଜାରୀ, ଶ୍ରୀଚନ୍ଦ୍ର ପରାସେଠ, ବଳଭଦ୍ର ରାଉତ, ସରପଞ୍ଚ ପ୍ରିୟଙ୍କା ପଦ୍ରା, ତୁମୁଡିବନ୍ଧ ଭାରପ୍ରାପ୍ତ ସ୍ୟାସ୍ଥ୍ୟ ଅଧିକାରୀ, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। ସଭା ଶେଷରେ ତୁମୁଡିବନ୍ଧ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଘ୍ନେଶ୍ୱର ଡିଗାଲ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.