ପୋଲାଭରମ ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ସମାଜବାଦୀ ପାର୍ଟିର ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆନ୍ତରାଜ୍ୟ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକିବା ପାଇଁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି। ଦଳର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଓଡିଶାର ସ୍ୱାର୍ଥ ପାଇଁ ସର୍ବ ଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିଲେ। ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥିବା ଯୋଗୁଁ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ମହାନଦୀ ଏବଂ ପୋଲାଭରମ୍ ସମସ୍ୟା ତୁଟିବା ନେଇ ଆଶା କରିଥିଲେ ରାଜ୍ୟବାସୀ ମାତ୍ର ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅସମ୍ଭବ ନିରବତା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

Omkar Vasthu
Omkar Vasthu

ତେଲଙ୍ଗାନା ସରକାର ପୋଲାଭରମ ପାଇଁ ନିଜ ରାଜ୍ୟରେ କେତେ ଅଂଚଳ ଜଳ ମଗ୍ନ ହେବ ତାହାର ସର୍ଭେ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ମାତ୍ର ଓଡ଼ିଶାର କ୍ରମାଗତ ଦାବି ସତ୍ତ୍ଵେ ପ୍ରକଳ୍ପର ପଛୁଆ ପାଣି ଯୋଗୁଁ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବେ ବୋଲି ସର୍ଭେ କରାଯାଉ ନାହିଁ। ଏପରିକି ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ଏ ସଂକ୍ରାନ୍ତ ନିର୍ଦ୍ଦେଶକୁ ମଧ୍ୟ ଏଡ଼ାଇ ଯାଇଛନ୍ତି। ତଥାପି ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ରାଜ୍ୟ ସ୍ୱାର୍ଥ ପ୍ରତି ଭ୍ରୁକ୍ଷେପ ନାହିଁ।

Pearl dental clinic
Near Ashish Medical Store, Bhawanipatna

ଆନ୍ଧ୍ର ପ୍ରଦେଶର ନାଇଡ଼ୁ ସରକାର କେନ୍ଦ୍ର ସରକାରଙ୍କ ବୈଶାଖୀ ସାଜି ଥିବା ଯୋଗୁ ତୁଣ୍ଡ ଖୋଲିବାକୁ ସାହସ କରିପାରୁ ନାହାନ୍ତି ଓଡ଼ିଶା ସରକାର। ସରକାରଙ୍କୁ ଜଣାନାହିଁ ଯେ ପୋଲାଭରମର ପଛୁଆ ପାଣି ଯୋଗୁ ମାଲକାନଗିରି ଜିଲ୍ଲାର କେତେ ଅଂଚଳ ଜଳମଗ୍ନ ହେବ। ଯାହାଫଳରେ ଓଡ଼ିଶାର ସ୍ବାର୍ଥ ଏବଂ ଦାବି ଦିନ‌କୁ ଦିନ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି। ଗୋଟିଏ ପଟେ ତେଲଙ୍ଗାନାର କଂଗ୍ରେସ ସରକାର ନିଜ ଦାବି ହାସଲ କରିବାରେ ସଫଳ ହୋଇଥିବା ବେଳେ ଓଡ଼ିଶାର ଅସ୍ମିତା ସରକାର, ଡବଲ ଇଞ୍ଜିନ ସରକାର ରାଜ୍ୟ ସ୍ବାର୍ଥ ରକ୍ଷାରେ ବିଫଳ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Udyog Nursery
Udyogi Nursery

ଜଳ ବିଶେଷଜ୍ଞ ଅନୁଯାୟୀ ପ୍ରକଳ୍ପ ଉଚ୍ଚତା ୧୫୦ ଫୁଟ ହୋଇଥିବାରୁ ୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବାର ଆକଳନ ହୋଇଛି। ଯାହାଫଳରେ ଓଡ଼ିଶାର ମାଲକାନଗିରିର ଅନେକ କ୍ଷୟକ୍ଷତି ହେବ। ବିଶେଷକରି ମୋଟୁ ନିକଟରେ ୧୯୪ ଫୁଟରୁ ଅଧିକ ପଛୁଆ ଜଳ ଆସିବ। ତେଣୁ କ୍ଷପକ୍ଷତି ଆକଳନ ପାଇଁ ଓଡ଼ିଶା ସରକାର ତୁରନ୍ତ ସର୍ବ ଦଳୀୟ ବୈଠକ ଡାକି ବିଧିବଦ୍ଧ ନିଷ୍ପତି ନେବାକୁ ସେ ଦାବି କରିଛନ୍ତି।

କେନ୍ଦ୍ର ସରକାର ପୋଲାଭରମ ପାଇଁ ଆନ୍ଧ୍ର ସରକାରଙ୍କୁ ୪୯ ପ୍ରତିଶତ ଅର୍ଥ ଦେଇସାରିଲେଣି। ୨୦୨୭ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆନ୍ଧ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଅତଏବ ଓଡ଼ିଶା ସରକାର ତୁରନ୍ତ ମ୍ୟାଫି କରିବା ସହ ଆନ୍ଧ୍ର ସରକାର ଓ ପୋଲାଭରମ ପ୍ରକଳ୍ପ ଅଥରିଟିଙ୍କ ସହ ଆଲୋଚନା କରି ଓଡିଶା ର କ୍ଷତିଗ୍ରସ୍ତ ଅଂଚଳକୁ ଚି଼ହ୍ନଟ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.