ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ପଣ୍ଡରିଯୋର ପଞ୍ଚାୟତ କାର୍ଯ୍ୟଳୟରେ ଆଜି ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ପ୍ରଥମ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ସରପଞ୍ଚ ସୁଶୀଲା ମେହେର, ନାଏବ ସରପଞ୍ଚ ଉପାସୁ ମହାନନ୍ଦ, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ବନଛୋର, ଇଓ ଅନୁରାଧା ସାହୁ, ଜିଆରଏସ ଅନିଲ ତାଣ୍ଡି, ଏଡ଼ିଇଓ ବିନୟିନୀ କାଣ୍ଡ, ଯୋଗାଣ ସହାୟକ ନାରାୟଣ ଯୁଏଡ଼, ଛଅ ଖଣ୍ଡ ଗାଁର ୱାର୍ଡ ର ୱାର୍ଡ ସଭ୍ୟ, ସଭ୍ୟା ତୁଲାରାମ ମାଝୀ, ଟଙ୍କଧର ମାଝୀ, ରାଜୁ ଖୁରା, ଉର୍ମିଳା ମାଝୀ, କୁନ୍ତଳା ରାଉତ, ଗାୟତ୍ରୀ ବନଗୁଲା, ଉପସ୍ଥିତ ରହିଥିଲେ I ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ସକାଶେ ପାନୀୟ ଜଳ, ରାସ୍ତା, ଶିକ୍ଷା ସ୍ୱାସ୍ଥ୍ୟ, ରାସନ କାର୍ଡ, ସୁଭଦ୍ରା ଯୋଜନା, ବିଜୁଳି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ପଞ୍ଚାୟତ ବାସୀ ସରକାରଙ୍କ ସୁବିଧା ସୁଯୋଗ ସିଧା ସଳଖ ଉପଲବ୍ଧି କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିବା ସୂଚନା ମିଳିଛି I ଛ ଖଣ୍ଡ ଗାଁର ଭଦ୍ରବ୍ୟକ୍ତି ତଥା ଅନୁପ ବନଛୋର, ରୁକବଲ ପୁଟେଲ, ଭୋଦେବ ମହାନନ୍ଦ, ପରମାନନ୍ଦ ଠାକୁର, ଲଳିତ ବେହେରା, ସାମ୍ବାଦିକ ତ୍ରିନାଥ ବାଗ ସମେତ ପଞ୍ଚାୟତର ପିଅନ ଭରତ ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.