କୋକସରାରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜାତୀୟ ପଞ୍ଚାୟତ ରାଜଦିବସ କୁ ପଞ୍ଚାୟତ, ବ୍ଲକ ଓ ରାଜ୍ୟସ୍ତରରେ ପାଳନ କରୁଥିବା ବେଳେ କୋକସରା ବ୍ଲକ ସମ୍ମୁଖରେ ମଧ୍ୟ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି l କୋକସରା ବିଡ଼ିଓ ଡ଼ ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାରୋହରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ବିଡିଓ ଡ଼ ମାଝୀ ପଞ୍ଚାୟତରାଜ ଦିବସର ଆଭିମୁଖ୍ୟ ଓ ପଞ୍ଚାୟତରାଜ ଦ୍ୱାରା ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ l ଅନ୍ୟ ଅତିଥିଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ପ୍ରଧାନୀ, ବିଜେପି ନେତା ତ୍ରିନାଥ ଶବର ମଞ୍ଚାସିନ ଥିଲେ l ଏହି ଅବସରରେ କୃଷି ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଓଡିଶା ଜୀବିକା ମିଶନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ପ୍ରଦର୍ଶିତ ହୋଇ ଅଧିକାରୀ ମାନେ ଲୋକଙ୍କୁ ସମସ୍ତ ଯୋଜନାର ସୁଫଳ ପାଇବା ପାଇଁ ସଚେତନ କରିଥିଲେ l ଏହି ଅବସରରେ କୋକସରା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ୫୯ ଜଣ ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା l ଉପସ୍ଥିତ ଜନପ୍ରତିନିଧି, ସ୍ୱଂସହାୟିକା ମହିଳା, ଏମ୍ବିକେ, ସିଆରପି, ଓ ସାଧାରଣ ଜନତା ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ ଶୁଣିଥିଲେ l ବ୍ଲକ ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଦହି ସରବତ, ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ପରିଚାଳନା କରିଥିବା ବେଳେ, ବ୍ଲକ ଯୋଗାଣ ଅଧିକାରୀ, ଜଗାରାମ ମୁର୍ମୁ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ସମେତ ସମସ୍ତ ଯନ୍ତ୍ରୀ ଓ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.