ବେକରେ ରସି ଲଗାଇ ଗଛରେ ଝୁଲି ପଡିଲେ ପ୍ରେମୀ ଯୁଗଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଥାନା କାଉଡୋଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବେକରେ ରସି ଲଗାଇ ଗଛରେ ଝୁଲି ପଡିଲେ ପ୍ରେମୀ ଯୁଗଳ। ମୃତ ପ୍ରେମିକ ଜଣକ ହେଲେ କାଉଡୋଲା ଗ୍ରାମର ନିତେଶ ମୁଣ୍ଡ ୨୩ ଓ ପ୍ରେମିକା ଜଣେ ନାବାଳିକା ବୋଲି ଜଣାପଡ଼ିଛି। ଉଭୟ ଗୋଟିଏ ଗ୍ରାମର ହୋଇଥିବାବେଳେ ଦିର୍ଘ ବର୍ଷରୁ ସେମାନଙ୍କ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଆଜି ସକାଳୁ କାଉଡୋଲା କୁମୁଡାମୁଣ୍ଡା ରାସ୍ତାର ଏକ ଗଛରେ ସେମାନଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ଖବର ପାଇ ଆମପାଣି ଥାନା ପୁଲିସ ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି। ଅନ୍ୟପଟେ ସେମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.