କାଶୀବାହାଲ ଆଞ୍ଚଳିକ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଯାଦବ ସମିତି ଅଧିନ କାଶୀବାହାଲ ଆଞ୍ଚଳିକ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ବୁଧବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି। ନବନିର୍ମିତ ଯାଦବ ଭବନରେ ହୋମଯଜ୍ଞ ଓ ଭବନ ଉଦଘାଟନ କରାଯାଇଥିଲା।ବଳରାମ ଚଣ୍ଡୀ ଓ ତାଙ୍କ ଧର୍ମପତ୍ନୀ ବନିତା ଚଣ୍ଡୀ ପୂଜକର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ସମିତିସଭ୍ୟ ଗଜାନନ ନିଆଲ ଭବନର ଶୁଭ ଉଦଘାଟନ କରିଥିବାବେଳେ ତନୁକଲାଲ ନାଗ ମଞ୍ଚପରିଚାଳନା କରିଥିଲେ। କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦବିହାରୀ ରାଉତ, ସମ୍ପାଦକ ଅଲେଖ ଗୋପାଳ, ନକୁଳ ଘି, କୀର୍ତ୍ତନ ଚନ୍ଦନ, ପ୍ରେମାନନ୍ଦ ପୁଞ୍ଜି, ଋଷି ତାଣ୍ଡି, ଲୋକନାଥ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ କବି କେତକୀ, ରବିଚନ୍ଦ୍ର ଚଣ୍ଡୀ, ପ୍ରେମାନନ୍ଦ ଚଣ୍ଡୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.