‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ଭାଷାପକ୍ଷ ପାଳନ: ତୃତୀୟ ଦିବସରେ ସାହିତ୍ୟର ଇତିହାସର ପୁନର୍ମୂଲ୍ୟାଙ୍କନ ସମ୍ପର୍କରେ ଆଲୋଚନା

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ପାଳନ କରା ଯାଉଥିବା ଭାଷାପକ୍ଷର ତୃତୀୟ ଦିବସରେ ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସ ସଂପର୍କରେ ଏକ ଚିନ୍ତାଗର୍ଭକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ‘ଏକ ସାରସ୍ଵତ ଜିଜ୍ଞାସା’ ବିଷୟବସ୍ତୁର କେନ୍ଦ୍ର ରୂପେ ଗୃହୀତ ହୋଇଥିଲା। ତାହା ହେଲା ଚର୍ଯ୍ୟାଗୀତି ରଚନା କରିବା ଠାରୁ ସାରଳା ଦାସଙ୍କ ମହାଭାରତ ରଚନା ମଧ୍ୟରେ ଆଉ କୌଣସି ଓଡ଼ିଆ କବି କ’ଣ ସୃଷ୍ଟି ହୋଇ ନଥିଲେ ? ପୂର୍ବରୁ ଓଡ଼ିଆ ସାହିତ୍ୟର ଯଦି କୌଣସି ଲେଖା ସୃଷ୍ଟି ହୋଇ ନଥାନ୍ତା ତେବେ ସାରଳା ଦାସ କ’ଣ କାବ୍ୟର ଏକ କୋଣାର୍କ ସୃଷ୍ଟି କରି ପାରିଥାଆନ୍ତେ ? ଯଦି ସାରଳା ଦାସ ପ୍ରଥମ ଜନ୍ମରେ କାଳିଦାସ ଥିଲେ ତେବେ ଦ୍ଵିତୀୟ ଜନ୍ମରେ କେଉଁ କବି ଭାବରେ ସେ ଜନ୍ମଗ୍ରହଣ କରିଥିଲେ ‌?

Omkar Vasthu
Omkar Vasthu

ଆଲୋଚକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଦୁଇହଜାର ବର୍ଷର ଓଡ଼ିଆ ଭାଷା ସଂପର୍କରେ ଆଲୋଚନା କରି ତାହାର ଇତିହାସକୁ ଅବତାରଣା କରିବା ସଙ୍ଗେସଙ୍ଗେ ଓଡ଼ିଆ ଭାଷା କାହିଁକି ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଯୋଗ୍ୟ ହେଲା ତାହାର ତଥ୍ୟ ପ୍ରଦାନ କରିଥିଲେ। ଚର୍ଯ୍ୟାଗୀତି ଓ ସାରଳା ଦାସଙ୍କ ମଧ୍ୟ ଭାଗରେ ବିଭିନ୍ନ ଲୋକସାହିତ୍ୟ ଜନଜୀବନକୁ ହୁଏତ ପ୍ରଭାବିତ କରିଥିବ ବୋଲି ମତ ଦେଇ ସେସବୁର ଯଥାର୍ଥ ସଂଗ୍ରହ ଏପର୍ଯ୍ୟନ୍ତ ହୋଇପାରି ନାହିଁ ବୋଲି ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ପ୍ରଫେସର ଦେବାଶିଷ ପାତ୍ର ଓଡ଼ିଆ ସାହିତ୍ୟ ଇତିହାସର ପୁନର୍ମୂଲ୍ୟାୟନ ହେବା ଆବଶ୍ୟକ ବୋଲି ପ୍ରକାଶ କରି ସାରଳା ଦାସଙ୍କର ବହୁ ପୂର୍ବରୁ ଲୁଇପାଙ୍କର କବିତ୍ଵ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ଯୋଗୁଁ ତାଙ୍କୁ ହିଁ ଆଦିକବି କୁହାଯିବା ଉଚିତ ବୋଲି ମତ ଦେଇଥିଲେ। ଓଡ଼ିଆ ସାହିତ୍ୟର ପ୍ରାଚୀନତାକୁ ଦେଖିଲେ ସାରଳା ଦାସ ଶ୍ରେଷ୍ଠ କବି ହୋଇପାରନ୍ତି, ମାତ୍ର ଆଦିକବିର ଗୌରବ ଲୁଇପାଙ୍କୁ ପ୍ରଦାନ କରାଯିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଗାଳ୍ପିକ ନିବାରଣ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଓ ଅଭିନେତା ନିରଂଜନ ରାଉତ ସାହିତ୍ୟର ଇତିହାସ ସଂପର୍କରେ ସେମାନଙ୍କର ବକ୍ତବ୍ୟ ରଖୁଥିଲେ। ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ମଞ୍ଚ ଆବାହନ ଓ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତପନ ରାୟ, ଶରତ କୁମାର ମହାପାତ୍ର, ଅରୁଣା ରାୟ, ଡକ୍ଟର କ୍ଷିତୀଶ୍ୱର ଦାସ, କରୁଣାକର ସ, କମଳାକାନ୍ତ ଦାଶ, କଲ୍ୟାଣୀ ନନ୍ଦ, ରାଜେନ୍ଦ୍ରନାଥ ରାଉତ, ରିତେଶ କୁମାର ଦାଶ, ମନ୍ମଥ କୁମାର ସାହୁ, ସଂଜୟ କୁମାର ପଣ୍ଡା, ନରେନ୍ଦ୍ରନାଥ ପାଣିଗ୍ରାହୀ, ଅର୍ଜନା ନନ୍ଦୀ, ଶାନ୍ତି ବିଶି, ମମତା ଦାସ, ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀକାନ୍ତ ବେହେରା, ପ୍ରଭାକର ସାହୁ, ଅବନ୍ତୀ ପ୍ରଧାନ, ତୃପ୍ତିରାଣୀ ପାତ୍ର, ଦେବାଶିଷ ସିଂହ, ବିଦ୍ୟାଧର ସାହୁ, ଡକ୍ଟର ରତ୍ନାକର ସିଂହ, ପ୍ରତିମା ପଣ୍ଡା, ଦୀପକ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.