ସରସ୍ୱତୀ ଶିଶୁ ମନ୍ଦିର କୁସୁମଖୁଣ୍ଟିରେ ଏକ ମାସିକ ଇଂରାଜୀ ଓ ଗଣିତ ଶିକ୍ଷାଦାନର ଉଦଘାଟନୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଛାତ୍ରଛାତ୍ରୀ ମାନଙ୍କର ଇଂରାଜୀ ଓ ଗଣିତରେ ଦକ୍ଷତା ବୃଦ୍ଧି ପାଇଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଏକ ମାସିକ ଶିକ୍ଷାଦାନର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ଉଦ୍ୟମ ଓ ଶିଶୁ ମନ୍ଦିରର ସଭାପତି ବୃନ୍ଦାବନ ପୂଝାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଆଦିତ୍ୟ କୁମାର ପଟ୍ଟନାୟକ ଏସଡିଓ ଜଳ ସମ୍ପଦ ବିଭାଗ କୁସୁମଖୁଣ୍ଟି, ମୂଖ୍ୟ ବକ୍ତା ଭାବରେ ଇଂରାଜୀ ସପୋର୍ଟ ମିସନର ପ୍ରତିଷ୍ଠାତା ଅଧ୍ୟାପକ ପଞ୍ଚାନନ ଦୁରିଆ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ବିବେକ ଅଗ୍ରୱାଲ, ଇଂରାଜୀ ସପୋର୍ଟ ମିଶନ ଅଧ୍ୟକ୍ଷ ରୁପେନ୍ଦ୍ର ସୁନାନୀ, ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବାନ ପାଣିଗ୍ରାହି, ଇଂରାଜୀ ଶିକ୍ଷକ ଭକ୍ତ ଚରଣ ଭୋଇ, ପୂର୍ବତନ ସଦସ୍ୟ ନରେଶ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଶିକ୍ଷାଦାନର ଉଦ୍ୟମକୁ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଶିକ୍ଷାଦାନର ସୁଯୋଗ ନେଇ ଇଂରାଜୀ ଓ ଗଣିତରେ ନିଜର ଦକ୍ଷତା ବୃଦ୍ଧି କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଉକ୍ତ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ପରିଚାଳନା କରିଥିବା ବେଳେ ସମ୍ପାଦକ ରାମ କୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିରର ଗୁରୁଜୀ ପରମାନନ୍ଦ ବେମାଲ, ଭିକାରି ଚରଣ ବିଶି, ଦୁଷ୍ମନ୍ତ ପୂଝାରୀ, ଭୋଳନାଥ ଗହିର, ସନ୍ଧ୍ୟା ରାଣୀ ମହାରଣା, ସ୍ନିଗ୍ଧା ଭଞ୍ଜ, ମିନାକ୍ଷୀ ନାଗ, ତରୁଣୀ ଗୋପାଲ, ସୁଲଗ୍ନା ଦାସ, ବୈଶାଳୀ ନାଗ ଗୁରୁଜୀ ଗୁରୁମା ସହ ସେବକ ଗଗନେଶ୍ୱର ବେହେରା ଏବଂ ସେବିକା ସବିତା ଭାଟି ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.