ଏକ ବିରାଟ ଚାଷୀ ଆନ୍ଦୋଳନର ସମ୍ମୁଖୀନ ହେବାକୁ ଯାଉଛି ପ୍ରଶାସନ

ଚାଷୀଙ୍କୁ ମିଳିନି ୨୦୧୬-୧୭ର ମରୁଡ଼ି ସହାୟତା

Omkar Vasthu
Omkar Vasthu

ବାଲିଚର କ୍ଷତିପୂରଣ ଓ ଘରଭଙ୍ଗା ସହାୟତା ବି ମିଳିନି

Pearl dental clinic
Near Ashish Medical Store, Bhawanipatna

ତହସିଲ କାର୍ଯ୍ୟାଳୟ ଘେରାଉ ଚେତାବନୀ ଦେଲେ ଚାଷୀ ସମୁହ

Udyog Nursery
Udyogi Nursery

ଲାଞ୍ଜିଗଡ,୫/୮ : ବହୁତ ହେଲା, ଏଥର ଆଉ ଦାବି କିମ୍ବା ଅନୁରୋଧ ନୁହେଁ ସିଧା ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ । ଦାବି ପୂରଣ ନହେବାଯାଏଁ ଅଚଳ କରିଦିଆଯିବ ତହସିଲ କାର୍ଯ୍ୟାଳୟ । ଏକ ବିଶାଳ ଶୋଭାଯାତ୍ରା ସହ ପ୍ରଶାସନର ଅପାରଗତାକୁ ପଦାରେ ପକାଇ ଦେବାକୁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଛନ୍ତି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ସକ୍ରିୟ ଥିବା କିଛି କୃଷକ ସଂଗଠନ ଓ ସେମାନଙ୍କର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷମାନେ । ଏହାକୁ ନେଇ ଲାଞ୍ଜିଗଡ ବ୍ଲକରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବାବେଳେ ଖୁବ ଶୀଘ୍ର ପ୍ରଶାସନ ଏକ ବିରାଟ ଚାଷୀ ଆନ୍ଦୋଳନର ସମ୍ମୁଖୀନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ଏଠାକାର ଲୋକଙ୍କ ମୁଖ୍ୟ ଜୀବିକା ହେଉଛି କୃଷି । କିନ୍ତୁ ବାରମ୍ବାର ମରୁଡି ଓ କମ୍ ବର୍ଷା ତଥା ବହୁ ବର୍ଷା ଭଳି ପ୍ରାକୃତିକ ବିତ୍ପାତ ଓ ରୋଗପୋକ ଆକ୍ରମଣ ଯୋଗୁଁ ପ୍ରତିବର୍ଷ କୃଷିର ପ୍ରଭୁତ କ୍ଷତି ହୋଇଥାଏ । ସେଇ ଅନୁରୂପ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ରାଶି ପାଇବାକୁ ଆବେଦନ କରୁଥିଲେ ହେଁ ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀମାନେ ବର୍ଷ ବର୍ଷ ଧରି କ୍ଷତିପୂରଣ ରାଶି ଓ ସହାୟତା ପାଇପାରୁ ନଥିବା ଅଭିଯୋଗ ହେଉଛି । ସେହିପରି ବିଶ୍ୱନାଥପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଅମନଯୋଗିତା ଯୋଗୁଁ ଅନେକ ଚାଷୀ ସରକାରୀ ସହାୟତା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହୁଏ ।

ଏହିପରି ଭାବେ ଗତ ୨୦୧୬ ବର୍ଷ ରାଜ୍ୟରେ ମରୁଡି ପଡିଥିବାବେଳେ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ଇନ୍ପୁଟ୍ ସହାୟତା ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ, ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ଓ ବିଶ୍ୱନାଥପୁର ଏସବିଆଇ ଶାଖାର ଦାୟିତ୍ୱହୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ଚାରିଶହରୁ ଉଦ୍ଧ୍ୱର୍ ଚାଷୀ ସହାୟତା ପାଇପାରିନାହାନ୍ତି । ତହସିଲ କାର୍ଯ୍ୟାଳୟ ଓ ବ୍ୟାଙ୍କ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଲକ୍ଷଲକ୍ଷ ଟଙ୍କା ଝୁଲି ରହିଛି।

ସେହିପରି ଗତ ବର୍ଷ ଖରିଫ ଋତୁରେ ବ୍ୟାପକ ବର୍ଷା ହୋଇ ବ୍ଲକର ଶହଶହ ଏକର ଜମି ବାଲିଚର ପାଲଟିଥିବାବେଳେ ଅନେକ ଚାଷୀ ଓ ଗରିବ ହିତାଧିକାରୀଙ୍କ ମାଟିଘର ଭାଙ୍ଗି ମାଟିରେ ମିଶି ଯାଇଥିଲା । କିନ୍ତୁ ଆବେଦନର ଅନେକ ଦିନ ପରେ ବି ସେମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଇନାହିଁ । ବିଶେଷ କରି କମର୍ଦ୍ଧା ଓ ଲାଞ୍ଜିଗଡ ରୋଡ ରାଜସ୍ୱ ନିରୀକ୍ଷକ ସର୍କଲରେ ଚାଷୀମାନେ ଆଦୌ ସହାୟତା ପାଇନାହାନ୍ତି । ବାରମ୍ବାର କ୍ଷତି ଓ ସରକାରୀ ସହାୟତାରେ ବିଳମ୍ବ ଯୋଗୁଁ ଚାଷୀମାନଙ୍କ ମେରୁଦଣ୍ଡ ଦୋହଲିଯାଉଛି । ଏନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରୁ ବ୍ୟାଙ୍କ ଓ ସେଠାରୁ ଆର୍ଆଇ କାର୍ଯ୍ୟାଳୟ ଦୌଡୁଥିଲେ ହେଁ କୌଣସି ଫଳ ମିଳୁନାହିଁ ।

ଏ ନେଇ ଚାଷୀ ସମୁହ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସମେତ ଜିଲ୍ଲାପାଳ କଳାହାଣ୍ଡି ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଓ ବ୍ୟାଙ୍କ ଲୋକପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । ଏସବୁ ଦାବିର ତୁରନ୍ତ ସମାଧାନ କରାନଗଲେ ଚାଷୀମାନେ ରାଜରାସ୍ତା ଓହ୍ଲାଇବେ ଓ ଏଥିରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.