ସୁରାପାଙ୍ଗାରେ ଦିନ ଦିପହରେ ଚୋରୀ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସୁରାପାଙ୍ଗାରେ ଦିନ ଦିପହରେ ଚୋରି ହୋଇ ଥିବା ଅଭିଯୋଗ ହୋଇଛି। ସେଠାରେ ଘର କରି ରହୁଥିବା ରାଜେନ୍ଦ୍ର କୁମାର ସାହୁ ଘରେ ଚାବି ପକାଇ କୌଣସି ଘରୋଇ କାମରେ ମହାସିଙ୍ଗି ଦିନ ୧୦ ଘଣ୍ଟା ସମୟରେ ଯାଇ ସେଠାରେ ମାତ୍ର ତିନି ଘଣ୍ଟା ରହି ପୁଣି ଘଣ୍ଟେ ବେଳକୁ ଘରକୁ ଫେରି ଦେଖିଲା ବେଳକୁ ଘରର ପଛପଟୁ କବାଟ ଭାଙ୍ଗି ସମସ୍ତ ଜିନିଷ ପତ୍ର ଫିଙ୍ଗା ଫୋପାଡ଼ା ସହିତ ଗଡରେଜ ଖୋଲା ହୋଇ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେ ସଙ୍ଗେ ସଙ୍ଗେ ଚାରିଆଡ଼େ ଘରେ ତନଖି କରି ଚୋରି ଯାଇଥିବା ନଗଦ ୧୭୦୦୦ ଟଙ୍କା,ପାଞ୍ଚ ତୋଳା ସୁନା ହାର ଓ ରୁପା ପାଉଁଜି ୧୦ ତୋଳାର ଚୋରି ହୋଇଥିବା ପୋଲିସକୁ ଏକ ଲିଖିତ ଖବର ଦେବା ପରେ ଥାନା ଏସଆଇ ଅଶୋକ କୁମାର ତ୍ରିପାଠୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ।ପରେ ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃ ଥାନା କେସ ନଂ ୯୨/୨୫ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୫ (a), ୩୩୧ (୩) ରେ ମାମଲା ଋଜୁ କରି ଫୁଲବାଣୀରୁ ଡଗ ସ୍କ୍ୱାର୍ଡ ଓ ଫିଙ୍ଗର ପ୍ରିଣ୍ଟ ଦଳ ସହାୟତାରେ ତନାଘନା ତଦନ୍ତ କରିଛନ୍ତି।ଖୁବଶୀଘ୍ର ଚୋରକୁ ଧରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.