ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ମାନସ ପଡ଼ିଆ ଠାରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଏହା ଗତ ଶନିବାର ଠାରୁ ଆରମ୍ଭ ହୋଇ ନବ ଦିନ ବ୍ୟାପି ତୁଳସୀ ଦାସଙ୍କ ରଚିତ ଗ୍ରନ୍ଥକୁ ବ୍ୟାସ ପ୍ରକାଶ ଚନ୍ଦ୍ର ମିଶ୍ର ପାରାୟଣ କରୁଥିବା ବେଳେ ମାନସ ପ୍ରବକ୍ତା ପ୍ରଦୀପ କୁମାର ଜେନା ପ୍ରବଚନ ଦେଉଛନ୍ତି। ବାଦ୍ୟଯନ୍ତ୍ର ଓ ଭଜନ କୀର୍ତ୍ତନରେ ରମେଶ ଓ ହାଡୁ ଭାଇ ସହାୟତା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ମାନସ ପରିଚାଳନା କମିଟି ପକ୍ଷରୁ ଆୟୋଜନ ହୋଇଥିବା ବେଳେ ପ୍ରତିଦିନ ସୂର୍ଯ୍ୟ ପୂଜା, ଶାଲା ପୂଜା, ଘୃତ ଯଜ୍ଞ ଓ ପ୍ରତି ଦିନ ଅନ୍ନ ଯଜ୍ଞ ବିଭିନ୍ନ ଦାତାମାନେ ପ୍ରଦାନ କରୁଛନ୍ତି। ଏଥିରେ ପୁରୋହିତ କମଳ କୁମାର ଦାସ ମୃଣ୍ମୟ ମୂର୍ତ୍ତିକୁ ପୂଜାର୍ଚ୍ଚନା କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମାନସ ଯଜ୍ଞ କର୍ତ୍ତା ସକ୍ରାଜିତ ବିଷୋୟୀ ରହିଥିବା ବେଳେ ଦିବ୍ୟ ଜୀବନ ସଂଘ ସଂପାଦକ ଶ୍ୟାମ ଘନ ସାହୁଙ୍କ ନେତୃତ୍ବରେ ଘନଶ୍ୟାମ ବିଷୋୟୀ, ସୁରଥ ବେହେରା, ତରଣୀ ସେନ ବିଷୋୟୀ, ଶ୍ରୀଧର ବେହେରା, ନାରାୟଣ ବେହେରାଙ୍କ ସମେତ ଗ୍ରାମର ସମସ୍ତ ଆଧ୍ୟାତ୍ମିକ ବ୍ୟକ୍ତି, ବୈଷ୍ଣବ ଦେବୀ ମହିଳା ଦଳ, ତାରା ତାରିଣୀ ଓ ମା ତାରିଣୀ ଦଳର ମହିଳାଙ୍କ ସମତେ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ପ୍ରସାଦ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମାନସ ପରିଚାଳନା କମିଟିର ସଭାପତି ରଞ୍ଜିତ କୁମାର ପଣ୍ଡା, ଉପ ସଭାପତି ଶୁଶିଲ କୁମାର ପାତ୍ର, ସଂପାଦକ ସୁକାନ୍ତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ, ଉପଦେଷ୍ଟା କୃଷ୍ଣ ମୋହନ ପାଣିଗ୍ରାହୀ,ପଣ୍ଡିତ କୁମାର ବିଶିମାଝି, ବିଜୟ କୁମାର ସାହୁ, ସାହୁ, ଧବଳେଶ୍ୱର ପାତ୍ର ପରିଚାଳନା କରିଥିଲା ବେଳେ ପିଣ୍ଟୁ ପଟ୍ଟନାୟକ, କୃଷ୍ଣ ବେହେରା, ପିଣ୍ଟୁ ପ୍ରଧାନ, ରମେଶ ମହାରଣା, ଆର୍ତ୍ତତ୍ରାଣ ଡାକୁଆ ସମେତ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।