ଅନୁଷ୍ଠିତ ହେଲା ‘ଆମ ସଂକଳ୍ପ- ନିଶା ନୁହେଁ, ଜୀବନ’ ପାଇଁ ଚାରି ସୂତ୍ରୀ ଅଭିଯାନ ବୈଠକ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଵକାର୍ଯ୍ୟାଳୟ ପ୍ରକୋଷ୍ଠରେ ‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ଏକ ଚାରି ସୂତ୍ରୀ ଅଭିଯାନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନରେ ୩୧ମଇ ୨୦୨୫ ଠାରୁ ଓଡ଼ିଶାକୁ ମାଦକ ଦ୍ରବ୍ୟର ବ୍ୟବହାର, ଗଞ୍ଜେଇ, ଅଫିମ, ଚରସ୍, ବ୍ରାଉନ ସୁଗର କୋକେନ୍ ଭଳି ଘାତକ ଦ୍ରବ୍ୟ ଆଦିର ଅପବ୍ୟବହାର କବଳରୁ ମୁକ୍ତି ପାଇଁ ଚାରି ସୂତ୍ରୀ ବା ପର୍ଯ୍ୟାୟ ବିଶିଷ୍ଟ ବାର୍ଷିକ ଅଭିଯାନ ଆରମ୍ଭ ହୋଇଛି।ଯେଉଁଥିରେ ଅବକାରୀ ବିଭାଗ ଚିଠି ସଂଖ୍ୟା ୩୧୬୬ ଅନୁସାରେ ଅନେକ ପଦକ୍ଷେପ ଲାଗି ନିଷ୍ପତ୍ତି ନିଆଯାଇଛି। ବି. କେ. ଏସ. ଏସ, ଜେଡ.କେ.ଏସ ଏସ, ଓ ଏନ. କେ. ଏସ. ଏସ ତାଲିକାଭୁକ୍ତ କଳାକାରଙ୍କ ଦ୍ଵାରା ପାଲା, ଦାସ କାଠିଆ ଆଦି ଜରିଆରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ, ଏସ. ଏଚ. ଜି.ଙ୍କୁ ଡି. ଏସ.ଡ ବ୍ଲୁ ଙ୍କୁ ସଚେତନତା ମୂଳକ କାର୍ଯ୍ୟକ୍ରମ, ଏ. ସି.ଏଫ.ଙ୍କୁ ବୃକ୍ଷରୋପଣ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ମାରାଥନ ଓ ଯୋଗ ଶିବିର ଆୟୋଜନ ନିମନ୍ତେ ପରାମର୍ଶ ଶ୍ରୀଯୁକ୍ତ ନାୟକ ଦେଇଥିଲେ।ସର୍ବଶେଷରେ ନୋଡାଲ ଅଧିକାରୀ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କୁ ସର୍ବ ସମନ୍ୱୟରେ କାର୍ଯ୍ୟ ସମ୍ପାଦନ କରିବାକୁ ଅଧକ୍ଷ୍ୟ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ପରାମର୍ଶ ଦେଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.