ପୂର୍ଣ୍ଣାହୁତି ସହ ସମାପନ ହେଲା ତୁଳାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡ଼ାର ଉପରପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ର ପୂର୍ଣ୍ଣାହୁତି ପଡ଼ିଛି। ଗତ ୨୫/୫ ରବିବାର କଳସ ଯାତ୍ରାରୁ ଆରମ୍ଭ ହେଇଥିବା ଏହି ଉତ୍ସବ ୯ ଦିନ ବ୍ୟାପି ଚାଲିଥିଲା। ଏଥିରେ ୨୯/୫ ରୁ ୩୨ ପ୍ରହର ନାମଯଜ୍ଞ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏଥିରେ ମମତା ପଧାନ ଓ କ୍ଷୀରସିନ୍ଧୁ ପଧାନ, ବିଜୟ ସାହୁ ଏଭଳି ଦୁଇ ଯୋଡ଼ି କର୍ତ୍ତା ଦମ୍ପତି ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ଗତ ୨/୬ ସୋମବାର ସକାଳେ ଏହାର ପୂର୍ଣ୍ଣାହୁତି ପଡ଼ିଲା। ପୂର୍ଣ୍ଣାହୂତି ପଡ଼ିବା ପରେ ନଗର ପରିକ୍ରମା ଓ ଦଧିହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୩/୫ ରେ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀ, ସହଯୋଗୀ କିଶୋର ଚନ୍ଦ୍ର ତ୍ରିପାଠୀ ଓ ମୁଖ୍ୟ କର୍ତ୍ତା ମନମୋହନ ନାୟକଙ୍କ ନେତୃତ୍ୱରେ ପୁରୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଅଣାଯିବା ପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ୨୫/୫ ଏନେଇ କଳସ ଯାତ୍ରା ଅନୁଷ୍ଠିତ ହେଉଥିଲା।ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ର ସଭାପତି ଅରୁଣ କୁମାର ନାୟକ ଓ ସମ୍ପାଦକ ଗଙ୍ଗାଧର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ନିର୍ମିତ ପଞ୍ଚ କୁଣ୍ଡୀୟ ଯଜ୍ଞ ମଣ୍ଡପ ରେ ପାଞ୍ଚ ଦିନ ବ୍ୟାପୀ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପାଞ୍ଚ ଗୋଟି ଯଜ୍ଞ କୁଣ୍ଡ ପାଇଁ ପାଞ୍ଚ ଯୋଡ଼ି କର୍ତ୍ତା ଦମ୍ପତି ଘୃତାହୂତି ପ୍ରଦାନ କରି ପୂଜନ କାର୍ଯ୍ୟ କରିଥିଲେ। ବ୍ରହ୍ମା ପଣ୍ଡିତ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀଙ୍କ ନେତୃତ୍ୱରେ ୧୫ ଜଣ ପଣ୍ଡିତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ନୂତନ ଭାବରେ ଅଣା ଯାଇଥିବା ପାର୍ଶ୍ଵ ଦେବାଦେବୀ, ଶ୍ରୀ ଅରୁଣ, ଶ୍ରୀ ଗରୁଡ଼ ଙ୍କ ପ୍ରାଣ ପ୍ରତିଷ୍ଠା ପରେ ସଙ୍କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ଦଳ ସହ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ସେମାନଙ୍କୁ ଯଥା ସ୍ଥାନରେ ସ୍ଥାପନା କରାଯାଇଥିଲା। ଏହାପରେ ତିନି ଠାକୁରଙ୍କୁ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ପ୍ରବେଶ ପରେ ତିନି ଠାକୁର ରତ୍ନ ସିଂହାସନରେ ବିରାଜିଥିଲେ। ସେହିଭଳି ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ପରିଚାଳନାର ମୁଖ୍ୟ ଆଚାର୍ଯ୍ୟ ଭାବରେ ପଣ୍ଡିତ ଦେବପ୍ରସାଦ ଷଢଙ୍ଗୀ ପୂଜନ କାର୍ଯ୍ୟ କରିଚାଳନା କରୁଥିବା ବେଳେ ପୁସ୍ତକାଚାର୍ଯ୍ୟ ଭାବରେ ରଥପ୍ରସାଦ ପାଢୀ, ସହ ପୁସ୍ତକାଚାର୍ଯ୍ୟ ଭାବରେ ଲମ୍ବୋଦର ପାଢୀ, ବ୍ରହ୍ମା ପୂଜକ ଭାବରେ ଘନଶ୍ୟାମ ତ୍ରିପାଠୀ ରହି ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ଆଶୁତୋଷ ପାଢୀ, ତ୍ରୀଲୋଚନ ତ୍ରୀପାଠୀ, ସୁନୀଲ ପାଢୀ, ନୀରଜ ତ୍ରୀପାଠୀ, ଉମା ପାଢୀ, ଦେବ ଖାଡଙ୍ଗା, ବିଷ୍ଣୁ ପାଢୀ ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ। ଏଠି ଘୃତଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ନାମଯଜ୍ଞ ପ୍ରଭୃତି ଅନୁଷ୍ଠିତ ହେଉଥିଲା। ମୀନାବଜାର ସାଙ୍ଗକୁ ପ୍ରତ୍ୟହ ରାତିରେ ସଂସ୍କାର ଧର୍ମୀ ନାଟକ ରାମଲୀଳା, ଲବକୁଶ ଜନ୍ମ ଓ ବିଶିଷ୍ଟ ଗାୟିକା ବିଜ୍ଞେସୀ ବାରିକ, ପ୍ରିତିନନ୍ଦା ମିଶ୍ର ଓ ମିନୁ ପଧାନଙ୍କ ଦ୍ୱାରା ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଗତ ୨୯ ରୁ ଜିଲ୍ଲା ଯୁବ କୁଲତା ସମାଜ ତରଫରୁ ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ଜଳଛତ୍ର ଖୋଲାଯାଇ ପାନୀୟ ଜଳ, ଚା, ସରବତ ଓ ଦହିପଣା ମାଗଣାରେ ବଣ୍ଟନ କରାଯାଇଥିଲା। ପରିଚାଳନା କମିଟି ସଦସ୍ୟଙ୍କ ସମେତ ଗ୍ରାମର ଯୁବପିଢୀ ଓ ଜନସାଧାରଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.