ଓଡିଆ ବାର୍ତ୍ତା/ ବେଲପଡ଼ା (ତ୍ରୀନାଥ ବାଗ): ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗାଁର ସୁରଭି ଗୋଶାଳାରେ ଆଜି ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ସୁରଭି ଗୌଶାଲା, ସୁରଭି ସୌଧ ଏବଂ ସାଧନ କେନ୍ଦ୍ରରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ସୁରଭି ଗୋଶାଲା, ସୁରଭି ସୌଧ ଏବଂ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଆଜି ଦିନର ମହତ୍ତ୍ଵକୁ ବୁଝିବା ସହିତ ସୁରଭି ଗୋଶାଲା ପକ୍ଷରୁ ସଂକଳ୍ପ ନିଆଯାଇଛି ଯେ ଆମେ ଏହି ବର୍ଷ ମଧ୍ୟ ଆଉ ୧୦୦ ବୃକ୍ଷ ରୋପଣ କରିବୁ। ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରବୀଣ ଆର୍ଯ୍ୟ, ସମ୍ପାଦକ ଅଜିତ ଜୈନ, ସଂଯୋଜକ ଅଶୋକ ଛାପଡ଼ିଆ,ଲଳିତ ଅଗ୍ରୱାଲ, ବଜରଙ୍ଗ ଝରୱାଲିଆ, ରମେଶ ଅଗ୍ରୱାଲ, ଅଙ୍କିତ ଜୈନ, ରାଜେଶ ବର୍ମା, ସୁନିଲ ଅଗ୍ରୱାଲ ଓ ଅନ୍ୟାନ୍ୟ ସୁରଭି ଗୌଶାଳା ସଦସ୍ୟ ତଥା ଗୋ ସେବକ ଉପସ୍ଥିତ ଥିଲେ।





