ସରସ୍ୱତୀ ଶିଶୁ ମନ୍ଦିରରେ ଏକ ମାସିକ ଇଂରାଜୀ ଓ ଗଣିତ ଶିକ୍ଷାଦାନ ଉଦଯାପନୀ ସମାରୋହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକମାସ ଧରି ଚାଲିଥିବା ଇଂରାଜୀ ଓ ଗଣିତ ଶିକ୍ଷାଦାନ ଉଦଯାପନୀ ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଛି।ସରସ୍ବତୀ ଶିଶୁ ମନ୍ଦିରର ସଭାପତି ବୃନ୍ଦାବନ ପୁଝାରୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଯୋଗଦେଇ ଥିଲେ।ନରେଶ କୁମାର ପଣ୍ଡା,ପ୍ରଦୀପ୍ତ କିଶୋର ଦାଶ, ଜୟପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିଶ୍ଵଜୀବନ ପାଢ଼ୀ,ଚାରବାହାଳ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ମୁଣ୍ଡ,ଲଡୁଗାଁ ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା, କୋକସରା ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ବେହେରା,ବିଦ୍ୟାମନ୍ଦିର ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର କୁମାର ନିଆଲ,ଉପ ସଭାପତି ପରମେଶ୍ୱର ବାଗ,ସଭ୍ୟା ଗାୟତ୍ରୀ ବାଣୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଦୈନଦିନ ଜୀବନ ତଥା ପ୍ରତ୍ୟେକ କ୍ଷେତ୍ରରେ ଇଂରାଜୀ ଭାଷାର ବ୍ୟାପକ ବ୍ୟବହାର ଓ ଆବଶ୍ୟକତା ରହିଥିବାରୁ ଇଂରାଜୀ ଭାଷା ଜ୍ଞାନ ଏବଂ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି ପାଇଁ ଏକ ମାସ ଧରି ଚାଲିଥିବା ଏହି ଶିକ୍ଷାଦାନ ଦ୍ୱାରା ନିଶ୍ଚିତ ଭାବରେ ଛାତ୍ରଛାତ୍ରୀ ମାନେ ଉପକୃତ ହେବା ସହ ଏପରି ଏକ ମହାନ୍ ପ୍ରୟାସକୁ ଅଭିଭାବକ ମହଲରୁ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ଇଂରାଜୀ ବାର୍ତ୍ତାଳାପ, ଅଭିନୟ ଉଚ୍ଚକୋଟୀର ହୋଇଥିଲା। ଇଂରାଜୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମନ୍ଦିରର ଗୁରୁଜୀ ମୁରଲୀଧର ପଟ୍ଟନାୟକ,ଉତ୍ତମ କୁମାର ପଣ୍ଡା,ପରମାନନ୍ଦ ବେମାଲ, ଭିକାରୀ ଚରଣ ବିଶି, ଦୁଷ୍ମନ୍ତ ପୁଝାରୀ, ଭୋଳନାଥ ଗହିର, ଗୁରୁମା ସନ୍ଧ୍ୟାରାଣୀ ମହାରଣା, ତରୁଣୀ ଗୋପାଲ, ସୁଲଗ୍ନା ଦାଶ, ବୈଶାଳୀ ନାଗ, ସେବକ ଗଗନେଶ୍ୱର ବେହେରା, ସେବିକା ସବିତା ଭାଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.