ଏବିଭିପି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ଵ ପରିବେଶ ଦିବସରେ ପରିବେଶକୁ ସବୁଜମୟ ତଥା ପ୍ରଦୂଷଣ ମୁକ୍ତ ଏବଂ ସର୍ବସାଧାରଣଙ୍କର ଜୀବନଧାରଣର ମାନ ଉଚ୍ଚ କରିବାର ସଂକଳ୍ପ ନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ ‘ବୃ୍ଷରୋପଣ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି | ଏପରି ଏକ ମହତ ତଥା ମାନବିକତାର ପରିଚୟ ବହନ କରୁଥିବା କାର୍ଯ୍ୟକ୍ରମ ରେ ସମୀପ କୁମାର ରାଉତ,ଦେବାଶିଷ ପଟ୍ଟନାୟକ, ସତ୍ୟସ୍ୱୋରୁପ ସ୍ୱାଇଁ, ଆଶି ତ ମହାନ୍ତି, ହେମନ୍ତ ନାଏକ ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୃକ୍ଷ ରୋପଣ ପରେ ଅତିଥି ମାନେ ଜୀବନ ସହ ବୃକ୍ଷ ଓ ପରିବେଶ କୁ ତୁଳନା କରି ମତ ଦେଇ କହିଥିଲେ ଆମେ ଯେତେବେଳେ ‘ଜୀବନ ‘ ଶବ୍ଦ ବିଷୟରେ ଆଲୋକପାତ କରିବା ତାହେଲେ ସର୍ବପ୍ରଥମେ ଆମ ଆଲୋଚନା ପରିସରକୁ ଯେଉଁ ବିଷୟଟି ଆସିବ ତାହା ହେଉଛି ‘ବୃକ୍ଷ’ | “ଜୀବନ” ଶବ୍ଦରୁ ହିଁ ଜୀବର ପରିକଳ୍ପନା | ଏହି ଆମ ପୃଥିବୀରେ ମଣିଷ ରୂପୀ ଜୀବର ଉତ୍ପତ୍ତିର ବହୁ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହି ମଣିଷ ଜୀବନକୁ ସରସ ଏବଂ ସୁନ୍ଦର କରି ଗଢି ତୋଲିଥିବା ଏହି ଉଦ୍ଭିଦମାନଙ୍କର ସୃଷ୍ଟି | ଏକଥା କେହି ଆସ୍ଵୀକର କରିବେନି ଯେ ମଣିଷର କେହି ଯଦି ଅନ୍ତରଙ୍ଗ ବନ୍ଧୁ ବା ମଣିଷର ସବୁ ପ୍ରକାର ଆବଶ୍ୟକତାକୁ ପୂରଣ କରୁଥିବା ଉପାଦାନ ହେଉଛି ଏହି ବନସ୍ପତି | ଇତିହାସର ପ୍ରବହାମନ ମଧ୍ୟରେ ମଣିଷ ତାର ସ୍ବାର୍ଥକୁ ଆଖି ଆଗରେ ରଖି ଯେଉଁ ବିଳାସପୂର୍ଣ୍ଣ ଜୀବନ ଏବଂ ଆଭିଜାତ୍ୟ ଶ୍ରେଣୀର ନିଜକୁ ପରିଚୟ ଦେବାକୁ ଯାଇ ଏମିତି ଏକ ମୋହରେ ମତ୍ତ ହୋଇ ବିଭିନ୍ନ ପ୍ରକାର ଚକମକ କରୁଥିବା କୋଠାମାନ ନିର୍ମାଣ , ନିଜସ୍ୱ ମାଲିକାନା ଅନ୍ତର୍ଭୁକ୍ତ ବ୍ୟୟବହୁଳ ଯାନବାହାନ ପରିଚାଳନା ଏବଂ ଅତ୍ୟାଧୁିନିକ ପ୍ଲାଷ୍ଟିକ ବସ୍ତୁର ବ୍ୟବହାର ଇତ୍ୟାଦି ଯୋଗୁଁ ସମୟକ୍ରମେ ପ୍ରକୃତିର ଅବକ୍ଷୟ ସ୍ତର ଆସି ଏବେ ଆମ୍ଭମାନଙ୍କ ସମ୍ମୁଖରେ ଉପନୀତ | ବେପରୁଆ ଭାବରେ ଗଛ କାଟିବା ଦ୍ଵାରା ବିଭିନ୍ନ ପରିବେଶ ଜନିତ ସମସ୍ୟା ଯଥା – ଜଳବାୟୁ ପରିବର୍ତ୍ତନ, ଋତୁଚକ୍ରରେ ପରିବର୍ତ୍ତନ,ବାୟୁ ପ୍ରଦୂଷଣ ଇତ୍ୟାିଦି ସମସ୍ୟା ଦେଖାଦେଇଛି | ପ୍ରକାଶ ଥାଉକି ପରିବେଶର କ୍ଷୟକ୍ଷତି ଏବଂ ସୁରକ୍ଷାକୁ ଦୃଷ୍ଟିପାତ କରି ୧୯୭୨ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାର ‘ଷ୍ଟକ୍ ହୋମ ସମ୍ମିଳନୀ ‘ ରେ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ନାମରେ ଘୋଷଣା କରାଗଲା ଏବଂ ପରିବେଶ ସୁରକ୍ଷା‌ ନିମିତ୍ତ କେତେକ ନୀତି ସମ୍ବନ୍ଧରେ ଏ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେଲା ଯେପରି ୧.ପରିବେଶଜନିତ ନୀତି ଏବଂ ଶିକ୍ଷା,୨. ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁ୍କ୍ତି ବିଦ୍ୟା। ଏଣୁ ସମସ୍ତେ ସଚେତନ ହେବା। ଆଜି ବିଶ୍ୱ ପରିବେଶ ଦିବସରେ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଶପଥ ନେଇ ବୃକ୍ଷ ରୋପଣକୁ ଗୁରୁତ୍ଵ ଦେବା ବୋଲି ଆହ୍ବାନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.